ଦଶପଲ୍ଲା ୨୨/୮ : ଲଗାଣ ବର୍ଷା ଫଳରେ ଦଶପଲ୍ଲାର କେତେକ ସ୍ଥାନରେ କଚା ଘର ଗୁଡ଼ିକ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି। ବିଶେଷ ଭାବେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ନଛିପୁର ପଞ୍ଚାୟତ ର ୯ ଓ ୧୦ ନମ୍ବର ୱାର୍ଡ଼ର ଗୋବର୍ଦ୍ଧନପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଦୟନୀୟ ଅବସ୍ଥା । ଏହି ଦୁଇ ୱାର୍ଡ ର ବିଭିନ୍ନ ଲୋକଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ପଡିଥିବା ବେଳେ କେତେକ ଘରର ଚାଳ ଛପର ଉଡିଯାଇଛି। ଫଳରେ ଘର ଭିତରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଥିବା ବେଳେ ଲୋକମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ବିଶେଷ ଭାବେ ଭାଙ୍ଗି ଯାଇଥିବା ଘର ପାଇଁ ଲୋକଙ୍କୁ ମିଳିନି ଜରିପାଲ। ଏ ସର୍ମ୍ପର୍କରେ ଲୋକମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବା ବେଳେ ଘର ଭାଙ୍ଗି ଯାଇଥିବା ଲୋକଙ୍କୁ ତୁରନ୍ତ ପଲିଥିନି ଯୋଗାଇ ଦେବା ପାଇଁ ଦାବି ହେଉଛି
