Odisha news

ଗାଁ ଦାଣ୍ଡରୁ ଯୁବକଙ୍କ ମୃତଦେହ ଉଦ୍ଧାର , ମୃତ୍ୟୁ ର କାରଣ ଅସ୍ପଷ୍ଟ।

0
ବେତନଟୀ/ବୈଶିଙ୍ଗା  — ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଆଗ୍ରିଆ ପଞ୍ଚାୟତର ବ୍ରହ୍ମପୁରା ଗ୍ରାମ ମଝି ରାସ୍ତାରେ ଆଜି ଜନୈକ ଯୁବକ ଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ ଗ୍ରାମବାସୀ। ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ତେବେ ମୃତକ ବିରଳା ଗ୍ରାମ ର ସର୍ବେଶ୍ଵର ଜେନା ଙ୍କ ପୁଅ ଗୈରମୋହନ ( ୪୫) ବୋଲି ଜଣାଯାଇଛି। ଗତ ରବିବାର ଠାରୁ କାମ କରିବାକୁ ଯାଇ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ସବୁଆଡେ ଖୋଜାଖୋଜି କରି ନିରାଶ ହୋଇ ପଡ଼ିଥିଲେ। ତେବେ ଆଜି ଅପରାହ୍ନରେ ସେ ପ୍ୟାଣ୍ଟ ଓ ସାର୍ଟ୍ ପିନ୍ଧିଥିବା ଅବସ୍ଥାରେ ହାଇସ୍କୁଲ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ସଂକ୍ରାନ୍ତରେ ବୈଶିଙ୍ଗା ପୋଲିସ ପକ୍ଷରୁ ୩୨/୨୨ ମୂଳେ ଏକ ଅପମୃତ୍ୟୁ ମାମଲା  ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଚଲାଇଥିବା ଜଣାଯାଇଛି।
Ad2
Leave A Reply