Odisha news

ଅଦ୍ଭୁତ ଓ ରହସ୍ୟମୟୀ ଘଟଣା ? ୫୦୬ ବର୍ଷ ତଳର ମହାମାରୀ ଡାଁସିଂ ପ୍ଲେଗ ଦ୍ୱାରା ନାଚି ନାଚି ରାସ୍ତାରେ ଚାଲି ଯାଇଥିଲା ୪୦୦ ଜଣଙ୍କ ଜୀବନ

0
୧୫୧୮ ରେ ଡାଁସିଂ ପ୍ଲେଗ ଗୋଟିଏ ଅଦ୍ଭୁତ ଓ ରହସ୍ୟମୟୀ ଘଟଣା ଘଟିଥିଲା , ଯାହାକି ଆଜକୁ ୫୦୬ ବର୍ଷ ପୂର୍ବରୁ ବର୍ତମାନ ଫ୍ରାନ୍ସ ର ଷ୍ଟାରର୍ସ ବର୍ଗ ରେ ଘଟିଥିଲା l ଏହି ଘଟଣା ଐତିହାସିକ ଭାବରେ ଖୁବ ଆଶ୍ଚର୍ଯ୍ୟକର ଘଟଣା ଘଟି ଯାଇଥିଲା l କାହିଁକିନା ଏଥିରେ ଶହଶହ ଲୋକ ବିନା କୌଣସି କାରଣରେ ରାସ୍ତାରେ ନାଚି ନାଚି ମରି ଯାଇଥିଲେ l କିଛି ଲୋକ ତ ମାସ ମାସ ଧରି ନାଚୁଥିଲେ l କୁହାଯାଏ ଯେ ଏହି ନୃତ୍ୟୁ ଏତେ ଅନିୟନ୍ତ୍ରିତ ଥିଲା ଯେ କିଛି ଲୋକ ଥକି ମରିଯାଇ ଥିଲେ l

୧୫୧୮ ଜୁଲାଇ ମାସ , ଜଣେ ମହିଳା ଯାହାର ନାମ ଏଫ୍ରେଡି ଥିଲା, ଷ୍ଟର୍ସବର୍ଗ ର ଗୋଟିଏ ପବ୍ଲିକ ପ୍ଲେସ ରେ ସେ ଅଚାନକ ନାଚିବାକୁ ଲାଗିଥିଲେ, ପ୍ରଥମେ କେହି ଧ୍ୟାନ ଦେଇନଥିଲେ l କିନ୍ତୁ କିଛିଦିନ ପରେ ଆଉ କିଛି ଲୋକ ତାଙ୍କ ସହିତ ନାଚିବାକୁ ଲାଗିଥିଲେ l ଏହା ଧୀରେ ଧୀରେ ବଢିବାକୁ ଲାଗିଲା l ଲୋକେ ଦିନ ରାତି ନୃତ୍ୟ କରିବାକୁ ଲାଗୁଥିଲେ l ଥକିକି ମୃତ୍ୟୁ ବରଣ କରୁଥିଲେ l କିଛିଲୋକ କ୍ଷତ ବିଖ୍ୟାତ ହେଉଥିଲେ ଏବଂ ଆଉ କିଛି ଲୋକ ମାନସିକ ରୋଗରେ ପୀଡିତ ହୋଇଯାଉ ଥିଲେ l ଏହାକୁ ସ୍ଥାନୀୟ ଅଧିକାରୀ ଓ ଚିକିତ୍ସକ ଙ୍କ ହୋସ ଉଡି ଯାଉଥିଲା l ଆରମ୍ଭ ରେ ଏହାକୁ ଗୋଟିଏ ସଂକ୍ରମଣ ରୋଗ ବୋଲି କୁହାଯାଇ ଥିଲା, ଏବଂ ପରେ ଆଧ୍ୟାତ୍ମିକ ପ୍ରଭାବ ର କାରଣ ବୋଲି କୁହାଯାଇ ଥିଲା l

ଦୀର୍ଘଦିନ ପରୀକ୍ଷା ପରେ କୁହାଯାଇ ଥିଲା ଯେ ଲାଇସରଗିକ ରେ ପ୍ରଭାବିତ ଥିଲେ, ଯାହାକି ଗୋଟିଏ ପ୍ରକାର ଫାଙ୍ଗସ ଅଟେ l ଯାହା କି ସୋରିଷ ଚାଷ ରେ ଉତ୍ପନ ହୋଇଥାଏ ଏବଂ ମଣିଷ ଶରୀର କୁ ଯିବା ଦ୍ୱାରା ଏଭଳି ପ୍ରକ୍ରିୟା ହୋଇଥିଲା l ଏହି ଫଙ୍ଗସ ସେହି ଲୋକଙ୍କୁ ପ୍ରଭାବିତ କରିଥିଲା ଯେଉଁମାନେ ଅଟା ଓ ସୋରିଷ ଦ୍ୱାରା ଲୋକଙ୍କ ଶରୀର କୁ ଯାଇଥିଲା l ଏହି ରୋଗ କୁ ସାମୁହିକ ହ୍ୱିସ୍ଟେରିଆ କୁହାଯାଇ ଥିଲା l

Leave A Reply