Odisha news

ତରବୋଡ ମଣ୍ଡି ରୁ ଆରମ୍ଭ ହେଲା ଧାନକ୍ରୟ , ଚାଷୀଙ୍କ ସୁବିଧାକୁ ପ୍ରାଥମିକତା ଦିଆଯିବ : ଜିଲ୍ଲାପାଳ  

0
ନୂଆପଡ଼ା – ୨୨/୧୧(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲାରେ ଖରିଫ ଋତୁ ୨୦୨୪-୨୫ ପାଇଁ କୋମନା ବ୍ଲକ୍ ଅନ୍ତର୍ଗତ ତରବୋଡ ପ୍ରାଥମିକ କୃଷି ସମବାୟ ସମିତି  ମଣ୍ଡିରେ ପ୍ରାଙ୍ଗଣ ରେ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶଙ୍କ ଦ୍ଵାରା ଧାନ ସଂଗ୍ରହର ଶୁଭାରମ୍ଭ ହୋଇ ଯାଇଛି l ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲ, ତହସିଲଦାର୍ ପ୍ରୟାଶି ପଧାନ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତ ରାୟ, ଡି.ଆର..ସି.ଏସ. ଶିବ ପ୍ରସାଦ ସ୍ୱାଇଁ, ଏ.ଆର.ସି.ଏସ. କ୍ଷମା ମାଝୀ, ଆର.ଏମ.ସି. ସମ୍ପାଦକ ଆର୍ଯ୍ୟ ମୁଦୁଲି, ସମବାୟ ସମିତି ସଭାପତି, ସମ୍ପାଦକ, ସ୍ଥାନୀୟ ସରପଞ୍ଚ,କୃଷକ ସଂଗଠନ ର ପ୍ରତିନିଧି, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ବିଧିବଦ୍ଧ ପୂଜା ଅର୍ଚ୍ଚନା ପରେ ମଣ୍ଡି ରେ ଜିଲ୍ଲାପାଳ ଧାନ ସଂଗ୍ରହ ର ଶୁଭାରମ୍ଭ କରିଥିଲେ l ମଣ୍ଡିରେ କୃଷକ ମାନଙ୍କ ସୁବିଧା ପାଇଁ ପାନୀୟଜଳ ଓ ଶୌଚାଳୟ ର ବ୍ୟବସ୍ଥା କରାଯାଇଛି l ଏହି ଅବସରରେ ଜିଲ୍ଲାପାଳ କହିଲେ ଯେ ଚାଷୀ ମାନଙ୍କ ପାଇଁ ପ୍ରଶାସନ ସବୁବେଳେ ବେଶ୍ ସମ୍ବେଦନଶୀଳ ଅଛି l ଏବେ ଚାଷୀ ମାନେ ସମ୍ମାନର ସହିତ ନିଜର କଷ୍ଟ ଉପାର୍ଜିତ ଧାନକୁ ବିନା କଟନି ଛଟନି ରେ ଉଚିତ ମୂଲ୍ୟରେ ବିକ୍ରି କରିପାରିବେ l ପର୍ଯ୍ୟାୟ କ୍ରମେ ସବୁ ବ୍ଲକ୍ ରୁ ଧାନ  କିଣାଯିବ l ପ୍ରଥମ ଥର ପାଇଁ ମଣ୍ଡିରେ ସମସ୍ତ ପ୍ରକାର ସୁବିଧା ସହିତ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ପାଇବା ସୁଯୋଗ ପାଇଥିବାରୁ ଚାଷୀ ମାନେ ଅତ୍ୟନ୍ତ ଖୁସୀ ଅନୁଭବ କରୁଛନ୍ତି l
ନୂଆପଡ଼ା ଜିଲ୍ଲାରେ ସୁଚାରୁ ରୂପେ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳ ସମସ୍ତ କୃଷକ, ମିଲ ମାଲିକ ଏଵଂ ଅଧିକାରୀ ମାନଙ୍କୁ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ପାଇଁ ଆହ୍ବାନ କରିଛନ୍ତି l
Govt
Leave A Reply