Odisha news

ପ୍ରସିଦ୍ଧ ମିୟୁଜିକ କମ୍ପୋଜାର ଏ.ଆର.ରହମାନ କାହିଁକି ହିନ୍ଦୁରୁ ଇସ୍ଲାମ ଧର୍ମକୁ ଗ୍ରହଣ କରିଥିଲେ

0

ବର୍ତମାନ ଓସ୍କାର ବିଜେତା ମିୟୁଜିକ କମ୍ପୋଜର ଏ.ଆର.ରହମାନ ନିଜ ପର୍ଶନଲ ଲାଇଫ କୁ ନେଇ ଚର୍ଚାରେ ରହିଛନ୍ତି l ସେ ବିବାହ ର ୨୯ ବର୍ଷ ପରେ ନିଜ ପତ୍ନୀ ସାୟାରା ବାନୋ ଙ୍କ ନିକଟରୁ ବିବାହ ବିଛେଦ ନେବାକୁ ଯାଉଛନ୍ତି l ଯାହା ତାଙ୍କ ପ୍ରଶଂସକ ଙ୍କ ମନରେ ଅନେକ ଦୁଃଖ ଦେଇଛି l କେବଳ ଭାରତ ନୁହେଁ ସାରା ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି l

ରହମାନ ଆରମ୍ଭରୁ ଇସ୍ଲାମ ଧର୍ମର ବ୍ୟକ୍ତି ନଥିଲେ l ୧୯୮୦ ରେ ସେ ଇସ୍ଲାମ ଧର୍ମ ଗ୍ରହଣ କରିଥିଲେ l ତାଙ୍କର ଜନ୍ମ ଗୋଟିଏ ହିନ୍ଦୁ ପରିବାର ରେ ହୋଇଥିଲା, କିନ୍ତୁ ପରେ ସେ ଇସ୍ଲାମ ଗ୍ରହଣ କରିଥିଲେ l

୨୦୦୦ ରେ ସେ BBC ର ଗୋଟିଏ ଟକ ଶୋ ରେ ସେ ଏହି କଥା କହିଥିଲେ l ସେ ଏହି ଶୋ ରେ କହିଥିଲେ ଯେ ସେ ହିନ୍ଦୁ ପରିବାର ରେ ଜନ୍ମିତ , ଏବଂ ତାଙ୍କ ପିତା ମତ ତାଙ୍କ ନାମ ଦିଲୀପ ଚନ୍ଦ୍ରଶେଖର ଦେଇଥିଲେ l କିନ୍ତୁ ଭାରତୀୟ ଚଳଚିତ୍ର ଜଗତର ଏତେ ବଡ଼ ହସ୍ତୀ କାହିଁକି ନିଜ ଧର୍ମ ପରିବର୍ତ୍ତନ କରିଥିଲେ ତା ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା l ରହମାନ ଙ୍କ ପିତା ଆର.କେ.ଶେଖର ମାଲାୟାଲାମ ଚଳଚିତ୍ର ଜଗତର ପ୍ରସିଦ୍ଧ ମିୟୁଜିକ ଆରେଞ୍ଜର ଥିଲେ, ନିଜ ପିତାଙ୍କ ସହିତ ସେ ଦୀର୍ଘ ସମୟ ମିୟୁଜିକ ସ୍ଟୁଡ଼ିଓ ରେ ଅତିବାହିତ କରୁଥିଲେ l ଏହି ସମୟ ରେ ରହମାନ ଅନେକ ଗୁଡିଏ ମିୟୁଜିକ ଇକୁଇପ ମେଣ୍ଟ ବଜାଇବା ଶିଖିଲେ l ତାଙ୍କ ଜୀବନ ରେ ସେହି ସମୟ ରେ ଝଡ଼ ଉଠିଲା ଯେତେବେଳେ ତାଙ୍କ ମୁଣ୍ଡ ଉପରୁ ପିତାଙ୍କ ହାତ ଉଠିଗଲା l

ସେହି ସମୟ ରେ ତାଙ୍କ ଆର୍ଥିକ ସ୍ଥିତି ଠିକ ନଥିଲା ଏବଂ ତାଙ୍କ ପରିବାର ଅନେକ କଷ୍ଟ ଦେଇ ଗତି କରୁଥିଲା l ରହମାନ ଙ୍କ ଅଫିସିଆଲ ବାୟୋଗ୍ରାଫି ଜଣାପଡିଛି ଯେ ଜୀବନ ର ଏହି ଗମ୍ଭୀର ସ୍ଥିତି ରେ ତାଙ୍କ ଭଉଣୀ ଗୋଟିଏ ଗମ୍ଭୀର ରୋଗରେ ପୀଡିତ ହେଲେ ଏବଂ କୌଣସି ଚିକିତ୍ସା କାମ କଲାନାହିଁ l ସେହି ସମୟ ରେ ତାଙ୍କ ମା ଜଣେ ମୁସ୍ଲିମ ଫକୀର ଙ୍କ ସହିତ ସାକ୍ଷାତ କଲେ, ଏବଂ ଫକୀର ଙ୍କ ଦୁଆ ଦ୍ୱାରା ତାଙ୍କ ଭଉଣୀ ସୁସ୍ଥ ହୋଇଗଲେ l ଏହାପରେ ରହମାନ ଙ୍କ ଇସ୍ଲାମ, ଫକୀର, ଦରଘା ପ୍ରତି ଆସ୍ଥା ବଢିଗଲା l ଏହାପରେ ୧୯୮୯ ରେ ମାତ୍ର ୨୩ ବର୍ଷ ଆୟୁ ରେ ନିଜର ଧର୍ମ ପରିବର୍ତ୍ତନ କଲେ ଏବଂ ନିଜ ନାମ ରହମାନ ରଖିଲେ l

୧୯୯୧ ରେ ମଣିରତ୍ନମ ଙ୍କ ଚଳଚିତ୍ର ରୋଜା ରୁ ତାଙ୍କୁ ପ୍ରସିଦ୍ଧି ମିଳିଲା l ଧର୍ମ କୁ ରହମାନ ଙ୍କ ମତ ସମ୍ପୂର୍ଣ ସ୍ଵଚ୍ଚ ଅଟେ, ସେ କହିଛନ୍ତି ଯେ ତୁମେ ତୁମର ନିଜସ୍ୱ ମତ କାହା ଉପରେ ଥୋପୀ ପାରିବ ନାହିଁ l

Leave A Reply