ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ଜଣେ ଯୁବକଙ୍କୁ ରାସ୍ତାରେ ଛେପ ପକାଇବା ମହଙ୍ଗା ପଡ଼ିଛି । ବାଇକ୍ରେ ଯୁବକ ଜଣକ ଯାଉଥିବା ସମୟରେ ରାସ୍ତାରେ ଛେପ ପକାଇବାରୁ ଟ୍ରାଫିକ୍ ପୋଲିସ୍ ମାର୍ଶାଲ ତାଙ୍କୁ ଅଟକାଇ ଛେପ ସଫା କରିବାକୁ କହିଥିଲେ । ସେଇଠୁ ଯୁବକ ଜଣକ ରାସ୍ତାରେଛେପ ପକାଇଥିବା ସ୍ଥାନରେ ପାଣି ପକାଇ ହାତରେ ସଫା କଲେ । ପୁଣିଥରେ ଏଭଳି ନ କରିବାକୁ ମାର୍ଶାଲ ଯୁବକଙ୍କୁ ତାଗିଦ୍ କରି ଛାଡ଼ିଛନ୍ତି । ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ଟ୍ରାଫିକ୍ ମାର୍ଶାଲଙ୍କ ଖୁବ୍ ପ୍ରଶଂସା କରୁଛନ୍ତି ଲୋକେ ।