କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା
ଭୁବନେଶ୍ୱର :୧୩ ମଇ,୨୦୨୦ : କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଓଡ଼ିଶା ସରକାର ପ୍ରଭାବୀ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା କରିଛନ୍ତିା ଫଳରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରୋଗୀ ସଂକ୍ରମଣ କେବଳ କ୍ୱାରାଣ୍ଟାଇନ୍ ସେଣ୍ଟର ବା କଣ୍ଟେନ୍ମେଣ୍ଟ ଅଞ୍ଚଳ ମଧ୍ୟରେ ସୀମିତ ରହିଛିା ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ରେଳ ଓ ବିମାନ ଯୋଗେ ଅନ୍ୟ ରାଜ୍ୟ ଓ ବିଦେଶରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ସକାଶେ ଏହି କ୍ୱାରାଣ୍ଟାଇନ୍ ବ୍ୟବସ୍ଥାକୁ କଡ଼ାକଡ଼ି ଅନୁପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛିା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗପକ୍ଷରୁ ଏହି ମର୍ମରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛିା
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ କୋଭିଡ୍ ଅଞ୍ଚଳ ପରିଚାଳନା ନିମନ୍ତେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଜି.ଆଇ.ଏସ୍ (ଭୌଗୋଳିକ ସୂଚନା ବ୍ୟବସ୍ଥା) ମ୍ୟାପିଂ ଜରିଆରେ ରାଜ୍ୟ ଡାସ୍ ବୋର୍ଡରେ ଉପଲବ୍ଧ ହେଉଛିା ଏହା ମାଧ୍ୟମରେ ରାଜ୍ୟରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଟିଏମ୍ସି), କୋଭିଡ୍ ହସ୍ପିଟାଲ୍ ଏବଂ କୋଭିଡ୍ କେୟାର ସେଣ୍ଟର ଆଦିର ସମସ୍ତ ସୂଚନା ଯଥା- ଏଗୁଡ଼ିକର ଅବସ୍ଥିତି, ଶଯ୍ୟାସଂଖ୍ୟା, ନୋଡାଲ୍ ଅଫିସରଙ୍କ ନାମ ଓ ଫୋନ ନମ୍ବର ଇତ୍ୟାଦିର ତଥ୍ୟ ଜାଣିହେବା ଓଡ଼ିଶାକୁ ଫେରୁଥିବା ଲୋକମାନେ ଉକ୍ତ ଡାସ୍ ବୋର୍ଡରୁ ସେମାନଙ୍କ ଅଞ୍ଚଳର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଇତ୍ୟାଦି ସଂପର୍କରେ ସମସ୍ତ ତଥ୍ୟ ଏହି ଡାସ୍ ବୋର୍ଡରେ ଲଗ୍ ଅନ୍ କରି ଜାଣିପାରିବୋ
କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏସ୍.ସି.ବି ମେଡିକାଲ କଲେଜ, କଟକରେ ଅଧିକ କୋଭିଡ୍ ପରୀକ୍ଷଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଛି । ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ପାଇଁ ଗୋଟିଏ ଟିମ୍ ଗଠନ କରାଯାଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ କୌଣସି ରୋଗୀଙ୍କୁ ଚିକିତ୍ସା ସୁବିଧା ଥିବା ସତ୍ତେ୍ୱ ଚିକିତ୍ସା ନକରି ଫେରାଇ ଦେଇ ପାରିବେ ନାହିଁ । ଏ ବିଷୟରେ ଅଭିଯୋଗ ଆସିଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଲାଇସେନ୍ସ ରଦ୍ଦ କରାଯିବ ।
କୋଭିଡ୍-୧୯ ପରିସ୍ଥିତିର ମୁକାବିଲା କ୍ଷେତ୍ରରେ ଓଡ଼ିଶା ପୋଲିସକୁ ସହଯୋଗ କରିବା ପାଇଁ ୨୩୯୪ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀ/କେନ୍ଦ୍ରୀୟ ସଶସ୍ତ୍ର ପୋଲିସବଳ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପୋଲିସ ଅଧିକାରୀ ଭାବରେ ୩ ମାସ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଇଛି । ସମସ୍ତେ ଅବସରପ୍ରାପ୍ତ କର୍ମଚାରୀ ହୋଇଥିବାରୁ ନିଯୁକ୍ତି ପ୍ରଦାନ ସମୟରେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ବିଶେଷ ଧ୍ୟାନ ଦିଆଯିବ । ଏ ସମ୍ପର୍କରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ।
ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତିା ଆଜି ୧୨,୩୦୯ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତିା ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୮୮,୫୪୩ ଜଣ ଫେରିଛନ୍ତିା ସେମାନେ ବସ୍, ଟ୍ରେନ୍ ଓ ଅନ୍ୟ ଯାନବାହନରେ ଆସିଛନ୍ତିା
କୋଭିଡ୍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୭୮୬ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛିା ଏଥିରେ ମୋଟ ୫,୯୭,୦୯୨ ଶଯ୍ୟାର ବ୍ୟବସ୍ଥା କରାଯାଇଛିା
ଆଜି ରାଜ୍ୟର ୪୮୨୫ ଗ୍ରାମ ପଞ୍ଚାୟତରେ ୩,୧୯,୪୧୯ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ ଟି ପୌରାଞ୍ଚଳରେ ୩୪,୮୪୧ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୧୨ରୁ ମଇ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୮ଟି ମାମଲା ଦାୟର କରାଯାଇଛିା ସେଥିରୁ ୧୫ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଂଘନ ଏବଂ ୨ଟି ଅନ୍ୟାନ୍ୟ କାରଣ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୪୫ ଜଣଙ୍କୁ ଗିରଫ କରାଯାଇଛି ।
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୭୨,୭୫୬ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛିା
ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା
୧୪୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
୩ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୯୨ ରହିଛିା
୫୩୦ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ଅଛନ୍ତିା
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୧ ଜଣ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮ ଜଣ ପଜିଟିଭ୍ କେବଳ କ୍ୱାରାଣ୍ଟାଇନ୍ ସେଣ୍ଟର ଏବଂ କଣ୍ଟେନ୍ମେଣ୍ଟ ଜୋନ୍ରୁ ଚିହ୍ନଟ ହୋଇଛନ୍ତି । ଏହା ପ୍ରଭାବୀ କ୍ୱାରାଣ୍ଟାଇନ୍ ନିୟମାବଳୀର ଅନୁପାଳନ ଫଳରେ ସମ୍ଭବ ହୋଇଛିା
ଗତ ୨୪ ଘଣ୍ଟା ମଧ୍ୟରେ ୫୮ ଜଣ କୋଭିଡ-୧୯ ପଜିଟିଭ୍ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଯାଜପୁର ଜିଲ୍ଲାର କୋଭିଡ୍ ଆକ୍ରାନ୍ତ ଜଣେ ୮୫ ବର୍ଷ ବୟସ୍କା ମହିଳା ସଂପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲ୍ରୁ ଫେରିଛନ୍ତିା ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଓ ସୁଚିନ୍ତିତ ଯୋଜନାବଦ୍ଧ ବ୍ୟବସ୍ଥା ଫଳରେ ଯଥେଷ୍ଟ ପୂର୍ବରୁ ରାଜ୍ୟର ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ମାନଙ୍କରେ ଚିକିତ୍ସା ସୁବିଧା ଥିବାରୁ କୋଭିଡ୍ ରୋଗୀଙ୍କ ଆରୋଗ୍ୟ ହାର ବୃଦ୍ଧିପାଇଛି ଏବଂ ବୟସ୍କ ବ୍ୟକ୍ତିମାନେ ମଧ୍ୟ ସୁସ୍ଥ ହୋଇପାରୁଛନ୍ତିା