ଫିଲ୍ମରେ ଦମଦାର୍ ଆକଫିଂ ଓ ଭଲ ପ୍ରଦର୍ଶନ ପାଇଁ ଜଣାଶୁଣା ତାପସୀ ପନ୍ନୁ ବାସ୍ତବ ଜୀବନରେ ନିଜ ବୟାନ ଯୋଗୁ ଚର୍ଚ୍ଚାରେ ରୁହନ୍ତି । ତାପସୀ ବ୍ୟାଡମିଣ୍ଟନ ଖେଳାଳି ମେଥିୟସ୍ ବୋଙ୍କୁ ବାହା ହେବେ ବୋଲି ଶୁଣିବାକୁ ମିଳୁଛି । ଏକ ସାକ୍ଷାତକାରରେ ତାପସୀ କହିଛନ୍ତି, ମୁଁ ଏକଥା ଲୁଚାଇବାକୁ ଚାହୁଁନି । ମୋତେ ସ୍ୱୀକାର କରିବାରେ ଗର୍ବ ହେଉଛି ଯେ ମୁଁ କାହାକୁ ଡେଟ୍ କରୁଛି । ମୋ ପରିବାର ଏ ବିଷୟରେ ଜାଣନ୍ତି । ତାପସୀଙ୍କ ମାଙ୍କୁ ତାଙ୍କ ବାହାଘର ବିଷnରେ ପଚରାଯିବାରୁ ସେ କହିଲେ, ଲୋକେ ତାପସୀଙ୍କ ପ୍ରସ୍ତାବ କହୁଛନ୍ତି । ମୁଁ ଝିଅର ନିଷ୍ପତ୍ତିକୁ ସମର୍ଥନ କରୁଛି । ତାପସୀ କହିଛନ୍ତି, ମୁଁ ନିରାଡମ୍ବର ଭାବେ ବାହା ହେବାକୁ ଚାହୁଁଛି । କେବଳ ପରିବାର ଓ ସମ୍ପର୍କୀୟ ସାମିଲ ହେବେ । ଗୋଟିଏ ଦିନରେ ସବୁ ସେରିମନି ହେବ ।