ପାନଖିଆ ଲୋକଙ୍କୁ ତାଲାବନ୍ଦରେ ବଡ଼ ହଇରାଣ ହେବାକୁ ପଡୁଛି। ବଜାରରେ ପାନପତ୍ର ମିଳୁ ନ ଥିବାରୁ ଲୋକେ ବିକଳ୍ପ ଖୋଜିଛନ୍ତି । ଉତ୍ତରପ୍ରଦେଶର ଅମରୋହୀ ନଗରୀରେ ପାନପତ୍ର ନ ମିଳିବାରୁ ପିଜୁଳି ପତ୍ରରେ ଚୂନ ଲଗାଇ ଖାଉଛନ୍ତି ଜନୈକା ୮୦ ବର୍ଷୀୟା କନୀଜ ଫାତିମା । ଲୋକେ ଏବେ ପାନପତ୍ର ଅପେକ୍ଷାରେ ଅଛନ୍ତି । ଲକ୍ଡାଉନ୍ ନିୟମ ସାମାନ୍ୟ କୋହଳ ହେବା ପରେ ବନାରସରେ ପାନ ଦୋକାନ ଖୋଲିବାରୁ ସେଠାରେ ଲମ୍ବା ଧାଡି ଲାଗୁଛି ।