Odisha news

ଲକଡାଉନ ସମୟ ରେ ଜନ୍ମିତ ଶିଶୁମାନଙ୍କ ମଧ୍ୟରେ ରହିଛି ସୁପର ଇମ୍ୟୁନିଟି : ଗବେଷଣାରୁ ଖୁଲାସା

0
କୋଭିଡ -19 ସମୟରେ ଯେତେବେଳେ ସାରା ଦୁନିଆ ଲକଡାଉନ ରେ ଅଦୃଶ୍ୟ ଭାଇରସ ସହିତ ଲଢୁଥିଲା, ଏବଂ ଅନେକ ଲୋକଙ୍କର ଇମ୍ୟୁନିଟି ହ୍ରାସ ହୋଇଯାଇଥିଲା ସେତେବେଳେ ସେହି ସମୟରେ ଜନ୍ମିତ ଶିଶୁମାନଙ୍କର ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥିଲା, ନିକଟରେ ଗୋଟିଏ ଆଶ୍ଚର୍ଯ୍ୟ କଲାଭଳି ଗୋଟିଏ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ ଲକଡାଉନ ସମୟରେ ଜନ୍ମିତ ପିଲା ମାନଙ୍କର ରୋଗ ପ୍ରତିରୋଧୀକ କ୍ଷମତା ଖୁବ ମଜବୁତ ଥିବାର ଜଣାପଡିଛି l  ଏହି ସମୟ ରେ ଜନ୍ମିତ ଶିଶୁମାନେ ଖୁବ କମ ରୋଗରେ ପଡୁଛନ୍ତି l

ଆୟାରଲ୍ୟାଣ୍ଡ ର ୟୁନିଭର୍ସିଟି କଲେଜ ଦ୍ୱାରା ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଖୁଲାସା ହୋଇଛି ଯେ ଲକଡାଉନ ରେ ଜନ୍ମିତ ପିଲାମାନେ କେବଳ ୫ ପ୍ରତିଶତ ମାମଲାରେ ଏଲର୍ଜୀ ଦେଖା ଦେଉଛି, ଯେବେକି ଏହା ପୂର୍ବରୁ ଏହା ପାଖାପାଖି ୨୨.୮ ପ୍ରତିଶତ ଥିଲା l କେବଳ ଏତିକି ନୁହେଁ, ଏହି ପିଲା ମାନଙ୍କର ଆଣ୍ଟିବାୟୋଟିକ ଔଷଧ ର ଆବଶ୍ୟକତା ମଧ୍ୟ କମ ପଡିଥିଲା, କେବଳ ୧୭ ପ୍ରତିଶତ ପିଲାଙ୍କୁ କେବଳ ଆଣ୍ଟିବାୟୋଟିକ ଔଷଧ ଦେବାକୁ କୁହାଯାଇଥିଲା, ଯେବେକି ସାମାନ୍ୟ ଭାବରେ ଏହି ସଂଖ୍ୟା ୮୦ ପ୍ରତିଶତ ହୋଇଥିଲା l

ଲକଡାଉନ ରେ ଜନ୍ମିତ ପିଲାଙ୍କ ମଧ୍ୟରେ କଣ ରହିଥାଏ ବିଶେଷତା –
ଗବେଷକ ଙ୍କ ମତରେ ଏହି ପିଲାଙ୍କ ପେଟ ଭିତରୁ ଥିବା ମାଇକ୍ରୋଵାୟମ ଶରୀର ର ଇମ୍ୟୁନିଟି କୁ ଖୁବ ମଜବୁତ କରିଥାଏ, ଏହି କାରଣରୁ ଏହି ପିଲା ମାନଙ୍କର ଇମ୍ୟୁନିଟି ଖୁବ ମଜବୁତ ହୋଇଥାଏ, ଏହି କାରଣରୁ ଏହି ପିଲାମାନେ ଏଲ୍ରର୍ଜି, ଇନଫେକ୍ସନ ଓ ଅନ୍ୟାନ୍ୟ ରୋଗ ଠାରୁ ଦୁରେଇ ରହିଥାଆନ୍ତି l

ମାଇକ୍ରୋ ଵାୟମ କଣ –
ମାଇକ୍ରୋବାୟାମ ବିଶେଷ ଭାବରେ ଆମ ଶରୀର, ବିଶେଷ ଭାବରେ ଲିଭର ଓ ଅନ୍ତରେ ମିଳିଥିବା ଲକ୍ଷ ଲକ୍ଷ କୋଟି କୋଟି ସୁକ୍ଷ୍ମ ଜୀବ ହୋଇଥାଆନ୍ତି ଯାହାକି ଆମ ଶରୀର ପାଇଁ ଲାଭଦାୟକ l ନେସନାଲ ଇନ୍ଷ୍ଟିଚିୟୁଟ ଅଫ ହେଲଥ ର ରିପୋର୍ଟ ଅନୁସାରେ, ଏହି ଜୀବ ଆମ ଖାଦ୍ୟ ହଜମ କରିବା , ଏନର୍ଜି ବୃଦ୍ଧି କରିବା, ସଂକ୍ରମଣ ସହିତ ଲଢ଼ିବା ଓ ଇମ୍ୟୁନ ସିଷ୍ଟମ କୁ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

ଲକଡାଉନ ସମୟ ରେ ଜନ୍ମିତ ଶିଶୁ ସବୁଠୁ ଉନ୍ନତ –
ଲକଡାଉନ ସମୟ ରେ ସମ୍ପୂର୍ଣ ଯେତେବେଳେ ଅଟକି ଯାଇଥିଲା , ଏହି ସମୟ ରେ ସବୁଠୁ ଅଧିକ ଲାଭ ସେହି ନବଜାତ ଶିଶୁଙ୍କୁ ମିଳିଥିଲା ସେହି ସମୟ ରେ ପ୍ରଦୂଷଣ ଖୁବ କମ ଥିଲା, ଯାହାଦ୍ୱାରା ପିଲାଙ୍କ ଫୁସଫୁସ ଖୁବ ସଫା ରହିଥିଲା, ଏବଂ ବ୍ୟାକ୍ଟେରିଆ ଏକ୍ସପୋଜାର ଖୁବ କାମ ଥିଲା, ବିଶେଷ ଭାବରେ ଏହା ଶିଶୁ ମାନଙ୍କ ପାଇଁ ନେଚୁରାଲ ଆଣ୍ଟିବାୟୋଟିକ ଥିଲା l

Leave A Reply