Odisha news

ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକ ମାନଙ୍କ ପାଇଁ ଆଣିଛି ଖୁସି ଖବର ,  ହୋମ ଲୋନ ହେଲା ଶସ୍ତା

0

ଟାରିଫ ଓ ଅର୍ଥବ୍ୟବସ୍ଥା କୁ ନେଇ RBI ର ବିଭିନ୍ନ ସୁବିଧା ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକ ମାନଙ୍କ ପାଇଁ ଆଣିଛି ଖୁସି ଖବର , ବ୍ୟାଙ୍କ ର ନିୟମିତ ର ରେପୋ ରେଟ ରେ ୦ .୨୫ ପ୍ରତିଶତ ହ୍ରାସ କରି ଗ୍ରାହକ ମାନଙ୍କ ପାଇଁ ହୋମ ଲୋନ କରିଛି ଶସ୍ତା , ଏହି ଆଧାରରେ ବର୍ତମାନ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ସୁଧ ହାର ୮.୬୫ ପ୍ରତିଶତ ନୂଆ ନିୟମ ଅନୁସାରେ ରହିଲା l SBI ର ଏହି ସୁବିଧା ଅପ୍ରେଲ ୧୫ ଠାରୁ ଲାଗୁ ହେବାକୁ ଯାଉଛି, ଗତ ସପ୍ତାହ ତଳେ RBI ରେପୋ ରେଟ ରେ ସୁଧାର ଆଣିବା ପାଇଁ ଲାଗୁ କରିଥିଲା, ଏହାପରେ ବ୍ୟାଙ୍କ ଗୁଡିକ ଋଣ ଶସ୍ତା କରିଥିଲେ l

କିନ୍ତୁ SBI ପକ୍ଷରୁ FD କରିଥିବା ଜମାକାରୀ ଙ୍କୁ ଝଟକା ଦେଇଛି, ବର୍ତମାନ ବ୍ୟାଙ୍କ ରେ ଜମା କରିଥିବା ଜମାକାରୀ ସୁଧ ଦର ୦.୧୦ ପ୍ରତିଶତ ରୁ ୦.୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି l ଏହି ନୂଆ ରେଟ ଲାଗୁ ହେବା ପରେ ୩କୋଟି ପର୍ଯ୍ୟନ୍ତ ସୁଧ ହାର ୦.୧୦ ପ୍ରତିଶତ ରୁ ହ୍ରାସ ହୋଇ ୬.୭୦ ପ୍ରତିଶତ କରିଦିଆ ଯାଇଛି l ପ୍ରାଇଭେଟ ବ୍ୟାଙ୍କ HDFC ମଧ୍ୟ ନିଜ କଷ୍ଟମର ଙ୍କୁ ଝଟକା ଦେଇ ସେଭିଙ୍ଗସ ଆକାଉଣ୍ଟ ଉପରେ ସୁଧ ଦର ରେ ୦.୨୫ ପ୍ରତିଶତ ହ୍ରାସ ହୋଇଯାଇଛି l ଯାହାକି କୌଣସି ଅନ୍ୟ ପ୍ରାଇଭେଟ ବ୍ୟାଙ୍କ ତୁଳନା ରେ ସବୁଠୁ କମ ଅଟେ l

ଏହିଭଳି ଭାବରେ ବ୍ୟାଙ୍କ ଅଫ ଇଣ୍ଡିଆ ଘର ଋଣ ଦର ୦.୨୫ ପ୍ରତିଶତ କୁ ହ୍ରାସ ହୋଇଛି, ଏଥିସହିତ ବ୍ୟାଙ୍କ ପକ୍ଷରୁ ୪ଦିନ ବିଶେଷ ଜମା ଯୋଜନା କୁ ଫେରାଇ ନେବାର ଘୋଷଣା କରାଯାଇଛି l ଏଥିରେ ୭.୩ ପ୍ରତିଶତ ଋଣ ଦିଆଯାଇଥାଏ l

Leave A Reply