ଭୁବନେଶ୍ୱର : ଖରାଦିନେ ଓ ବର୍ଷା ଦିନେ ମିଳୁଥିବା ଗୋଟିଏ ଖଟା ମିଠା ଫଳ ହେଉଛି ଚେରି l ଚେରି ବୈଜ୍ଞାନିକ ନାମ ହେଲା ପ୍ରୂନୁସ ଏବିୟମ lଚେରି ବିଭିନ୍ନ ରଙ୍ଗରେ ମିଳିଥାଏ l ଲାଲ , କଳା ଓ ହଳଦିଆ l
ସାରା ବିଶ୍ୱରେ ଏହି ଫଳ ଟିକୁ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି l ଥଣ୍ଡା ଜାଗା ମାନଙ୍କରେ ଚେରିର ଚାଷ କରାଯାଏ ଯେପରିକି ଇଉରୋପ୍ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକା l ଆଜିକାଲି ଭାରତରେ ମଧ୍ୟ ଚେରି ଚାଷ କରାଯାଉଛି l ଯଥା – କାଶ୍ମୀର , ହିମାଚଳ ପ୍ରଦେଶ , ଉତ୍ତରାଖଣ୍ଡ ଇତ୍ୟାଦି .. l
* ଚେରିରେ ମିଳୁଥିବା ପୋଷକତତ୍ୱ ଗୁଡିକ ହେଲା – ଥାଇମିନ , ଭିଟାମିନ ବି – ୬ , ପୋଟାସିୟମ , ମାଙ୍ଗାନିଜ , ଭିଟାମିନ ଏ , କ୍ୟାଲସିୟମ , ଆଇରନ , ଫସଫରସ ଇତ୍ୟାଦି ମିଳିଥାଏ l ଚେରି ଆଣ୍ଟିଅକ୍ସିଡେଣ୍ଟ ଭରପୁର ଅଟେ l
* ଚେରିରେ ଭରପୁର ମାତ୍ରାରେ ଭିଟାମିନ ଏ ମିଳୁଥିବାରୁ ପ୍ରତିଦିନ ଦୁଇରୁ ତିନିଟି ଚେରି ଖାଇବା ଆଖୀ ପାଇଁ ହିତକର l ଯୋଉ ଲୋକମାନେ ବୟସ ବଢିବା ହେତୁ ଆଖିର ଦୃଷ୍ଟି ଶକ୍ତି କମିଯାଇଥାଏ ଚେରି ତାଙ୍କ ପାଇଁ ହିତକର l

* କୋଷ୍ଠ କାଠିନ୍ୟ ସମୟରେ ଚେରୀର ଜୁସ ପିଇଲେ ଲାଭ ମିଳିଥାଏ l ଚେରିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଓ ଫାଇବର ପାଚନ ତନ୍ତ୍ରକୁ ଠିକ ରଖିଥାଏ l
* ଚେରରୀ ରେ ଥିବା ପୋଷାକ ତତ୍ଵ ଯେପରିକି ଭିଟାମିନ ସି , ଆଣ୍ଟି ଆକ୍ସିଡେଣ୍ଟ , ଆଇରନ , ଜିଙ୍କ ଓ ପତାଶିଉମ ଆଦି ପୋଷାକ ତତ୍ଵ ମିଳିଥାଏ | ଏହା ସହିତ ବିଟା କେରୋଟିନ ଥିବା ହେତୁ ହୃତପିଣ୍ଡ ସୁସ୍ଥ ରହି ଥାଏ |
* ଚେରରୀ ଭିଟାମିନ ଏ , ବି, ସି ଓ ଇ ର ଗୋଟିଏ ଭଣ୍ଡାର ଅଟେ ଯାହା ଦ୍ୱାରା ମଲ୍ଟି ଭିଟାମିନ ର ଖଜାନା ଆମର ତ୍ୱଚାକୁ ମିଳିଥାଏ l ଏହାଦ୍ୱାରା ଚର୍ମ ସତେଜ ରହିବ ସହିତ ଉଜ୍ବଳ ଦିଶିଥାଏ l
କୁହାଯାଏଯେ ଚେରିର ରସ ମୁହଁରେ ଥିବା କଲା ଦାଗକୁ ଦୁରକରେ ଓ ତ୍ୱଚାରେ ଚମକ ଆଣିଥାଏ l