Odisha news

ଫୁଲବାଣୀ : କନ୍ଧମାଳରେ ସୁସ୍ଥ ହେଲେ ଆଉ୧୯କରୋନା ପଜିଟିଭ, ଆଜି ସୁଦ୍ଧା ୮୨ ସୁସ୍ଥ, ୬୫ ଜଣ ଚିକିତ୍ସାଧିନ

0

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାର ଆଉ୧୯ ଜଣ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ଏଯାଏଁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରୁ ଆଜି ସୁଦ୍ଧା ୮୨ ଜଣ ସୁସ୍ଥ ହୋଇଛନ୍ତି । ବାକି ଆକ୍ରାନ୍ତ ୬୫ ଜଣ ଜିଲ୍ଲା କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । କନ୍ଧମାଳକୁ ଏ ପର୍ଯ୍ୟନ୍ତ ୯ ହଜାର ୩୬୪ ଜଣ ପ୍ରବାସୀ ଓଡିଆ ବିଭିନ୍ନ ରାଜ୍ୟରୁ ଫେରିଛନ୍ତି ।

ସେଥିମଧ୍ୟରୁ ୪ ହଜାର ୫୧୯ ଜଣ କ୍ୱାରେଣ୍ଟାଇନ୍ ଅବଧି ଶେଷ କରି ଘରକୁ ଫେରିଥିବା ବେଳେ ବାକି ୪ ହଜାର ୮୪୫ ଜଣ ଜିଲାର ବିଭିନ୍ନ ସଙ୍ଗରୋଧ ଓ ଟିଏମସିରେ ଅଛନ୍ତି । ଆଗକୁ ଜିଲ୍ଲାକୁ ଆଉ ୨୦ ହଜାର ପ୍ରବାସୀ ଓଡିଆ ଫେରିବା ପାଇଁ ସେମାନଙ୍କର  ନାମ ପଞ୍ଜିକୃତ କରିଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାର ୨ ହଜାର ୧୩୮ ଜଣଙ୍କ ସ୍ୱାବ୍ ଟେଷ୍ଟିଙ୍ଗ୍ କରାଯାଇଥିବା ବେଳେ ସେଥିରୁ ୨ ହଜାର ୧୨୮ ରିପୋର୍ଟ ଆସିଛି । ସେଥିମଧ୍ୟରୁ ୧୪୭ ଜଣଙ୍କ କରୋନା ପଜିଟିଭ ଥିବା ବେଳେ ବାକି ୧୯୭୫ ନେଗେଟିଭ ରିପୋର୍ଟ ଆସିଛି । ବାକି ୧୦ ଜଣଙ୍କ ରିପୋର୍ଟ ଆସିନଥିବା ଜଣାପଡିଛି ।

Leave A Reply