ୱାସିଂଟନ : ଏସୀୟ ମହାଦେଶର ଦୁଇଟି ଶକ୍ତି ଶାଳୀ ଦେଶ ଭାରତ ଓ ଚୀନ ମଧ୍ୟରେ ଗଲଓ୍ଵାନ ଘାଟୀକୁ ନେଇ ହୋଇଥିବା ସଂଘର୍ଷ ମୂଳକ କାର୍ଯ୍ୟ ଉପରେ ବୟାନ ଆସିଛି l ଭାରତୀୟ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ଗଲଓ୍ଵାନ ଘାଟୀକୁ ନେଇ ହୋଇଥିବା ହିଂସାତ୍ମକ କାର୍ଯ୍ୟରେ ଉଭୟ ପକ୍ଷର ସୈନ୍ୟ ସହୀଦ ହୋଇଛନ୍ତି l ସୀମା ଉପରେ ଉତେଜନା କମ କରିବା ପାଇଁ ଉଭୟ ପକ୍ଷ ମଧ୍ୟରେ କଥାବାର୍ତା ଜାରି ରହିଛି l ଇତିମଧ୍ୟରେ ଆମେରିକା ଦୁଇଟି ଦେଶଙ୍କୁ ଶାନ୍ତିପୂର୍ଣ ଭାବରେ ସମାଧାନ କରିବା ପାଇଁ ଇଚ୍ଛାପ୍ରକାଶ କରିଛି l ସୋମବାର ରାତିରେ ଗଲଓ୍ଵାନ ଘାଟିରେ ହୋଇଥିବା ଉତେଜନା ରେ ଭାରତର ୨0 ଜଣ ସୈନ୍ୟ ସହିଦ ହୋଇଛନ୍ତି l
ଆମେରିକାର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ ” ଭାରତ ଓ ଚୀନ ଉଭୟ ନିଜ ମଧ୍ୟରେ ଚାଲିଥିବା ଉତେଜନା କୁ କମ କରିବା ଆବଶ୍ୟକ ଓ ବର୍ତମାନ ପରିସ୍ଥିରେ ଶାନ୍ତିପୂର୍ଣ ସମାଧାନର ଆସl କରୁଛୁ l ଆମେରିକା ବର୍ତମାନର ସ୍ତିତିକୁ ନେଇ ଉଭୟ ଦେଶଙ୍କ ଉପରେ ନଜର ରଖିଛି l ଭାରତର ଯେଉଁ ୨0 ଜଣ ସୈନ୍ୟ ସହିଦ ହୋଇଛନ୍ତି ତାଙ୍କର ପରିବାର ସହିତ ଆମର ସମ୍ବେଦନା ରହିଛି l ”
ଉଲ୍ଳେଖନୀୟଯେ ପୂର୍ବ ଲାଦଖର ଗଲଓ୍ଵାନ ଘାଟିରେ ସୋମବାର ରାତିରେ ଭାରତୀୟ ଓ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ହିଂସାତ୍ମକ ଆକ୍ରମଣରେ ୨0 ଜଣ ସୈନ୍ୟ ନିଜର ଜୀବନ ହରାଇଛନ୍ତି l ମଙ୍ଗବାରଦିନ ସେନା ମୁଖ୍ୟ ଏ ବିଷୟରେ ପୃଷ୍ଟି କରିଥିଲେ ଯେ ଭାରତୀୟ ଓ ଚୀନ ସୈନିକ ଗଲଓ୍ଵାନରେ ଅଲଗା ହୋଇସାରିଲେଣି , ଯେବେକି ପ୍ରଥମେ ୧୫ ଓ ୧୬ ଜୁନ ରେ ନିଜମଧ୍ୟରେ ସଂଘର୍ଷ କରିଥିଲେ l ୧୭ ଜଣ ଭାରତୀୟ ସୈନିକ ଡ୍ୟୁଟି କରୁଥିବା ସମୟରେ ଗଂଭୀର ଭାବରେ ଆଘାତ ପାଇଥିଲେ l ଯାହାଦ୍ୱାରା ସେମାନଙ୍କର ମୃତ୍ୟୁ ହୋଇଥିଲା l ଭାରତୀୟ ସୈନ୍ୟ ରାଷ୍ଟ୍ରର ଅଖଣ୍ଡତା ଓ ପ୍ରଭୁତାକୁ ରକ୍ଷା କରିବାକୁ ପ୍ରତିବଦ୍ଧ ଅଟେ l