Odisha news

ଫୁଲବାଣୀ : କଣ କ୍ୱାରେଣ୍ଟାଇନ କେନ୍ଦ୍ର ଭିତରେରେ ବି ଆତ୍ମହତ୍ୟା ? ତାପରେ…….

0

ଫୁଲବାଣୀ : ଆଜି କନ୍ଧମାଳ ଜିଲା ବାଲିଗୁଡା ଅନ୍ତର୍ଗତ ବଡଗାଁ ଠାରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟର ଭିତରେ ଜଣେ ବ୍ୟକ୍ତି ନିଜ ବେକରେ ଚାଦର ବାନ୍ଧି ଆତ୍ମହତ୍ୟା କରିଛି । ତେବେ ଏହି ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ମୃତ ଯୁବକ ଜଣକ ତାଙ୍କର ଏକ ହାତଲେଖା ଚିଠି ଛାଡିଯାଇଥିବା ଜଣାପଡିଛି ।ସୁଚନା ଅନୁସାରେ ଯୁବକଙ୍କ ଘର ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ବୁଦୁଲିପଦର ଗ୍ରାମରେ ବୋଲି ଜଣାପଡିଛି ।

ଯୁବକ ଗତ ୫ ଦିନ ହେଲା ସେହି ଅସ୍ଥୟୀ କେନ୍ଦ୍ରରେ ରହୁଥିଲେ । ହେଲେ କୌଣସି କାରଣ ବସତଃ ନିଜ ଶେଜରେ ପଡିଥିବା ଚାଦରକୁ କାଟି ସେଥିରେ ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁର୍ବରୁ ଯୁବକ ଜଣକ ତୁମୁଡିବନ୍ଧ କୁର୍ତମଗଡରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟର ରହୁଥିଲେ । କୌଣସି କାରଣ ଯୋଗୁଁ ତାଙ୍କୁ ବଡଗାଁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଅଣାଯାଇଥିଲା ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୱାରେଣ୍ଟାଇନ୍ ସେଣ୍ଟରରେ ହିଁ ତାଙ୍କର ଶବକୁ ବ୍ୟବଛେଦ କରାଯାଇଥିଲା । ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ତେବେ ମୃତୁ୍ୟ ପୁର୍ବରୁ ଯୁବକ ଜଣକ “ମୁଁ ଈଶ୍ୱରଙ୍କ ପାଖକୁ ଯାଉଛି” ବୋଲି ଉଲ୍ଲେଖ ଥିବା ଏକ ହାତଲେଖା କାଗଜ ଛାଡିଥିବା ନେଇ ବାଲିଗୁଡା ଉପ-ଜିଲାପାଳ ଦେବେନ୍ଦ୍ର କୁମାର ନନ୍ଦ କହିଛନ୍ତି ।

 

Leave A Reply