Odisha news

ଅନୁଗୁଳ: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ସମୂହ ଅଭ୍ୟାସ ଅନୁଷ୍ଠିତ

0

ଅନୁଗୁଳ: ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକ ମାନଙ୍କର ଧନ ଜୀବନ ସୁରକ୍ଷା ନମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସମୂହ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସତର୍କତା ଅବଲମ୍ବନ କରାଯାଇ ଲୋକ ମାନଙ୍କର ଧନ ଜୀବନର ସୁରକ୍ଷା କରାଯିବ ସେ ସମ୍ପର୍କୀତ ଜ୍ଞାନ କୋ÷ଶଳ ଏହି ସମୂହ ଅଭ୍ୟାସରୁ ଶିକ୍ଷା କରି ଅନ୍ୟମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି । ସାଂମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି ସମୂହ ଅଭ୍ୟାସ କାର୍ଯ୍ୟକ୍ରମରେ ବିଭିନ୍ନ  ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କୁ ସାମିଲ କରାଯାଇନାହିଁ । କେବଳ ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନ୍ ସି ସି ଓ ନେହେରୁ ଯୁବକେନ୍ଦ୍ରର ସ୍ୱେଛାସେବୀ ମାନଙ୍କୁ ନେଇ ସାମାଜିକ ଦୂରତାକୁ ଅନୁସରଣ କରି ଏହି ସମୂହ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ ଉପଲବଧ ଥିବା ସମ୍ବଳକୁ ସଠିକ୍ ଭାବେ ବିନିଯୋଗ କରି ବିପର୍ଯ୍ୟୟ ମୁକାବିଲା କରିବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଏବଂ ପରବର୍ତୀ ସମୟରେ ବିଭାଗୀୟ ଅଧିକାରୀ ମାନେ କରୋନା ସଂକ୍ରମଣର ନିଦେ୍ର୍ଦଶାବଳୀ ଆଧାରରେ ସତର୍କ ଓ ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଓ ନେହେରୁ ଯୁବ କେନ୍ଦ୍ର ସହାୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି ପ୍ରମୁଖ ଯୋଗ ଦେଇଥିଲେ । ଏହି ସମୂହ ଅଭ୍ୟାସ କାର୍ଯ୍ୟକ୍ରମରେ ଜିଲ୍ଲା ଅଗ୍ନିଶମ ବିଭାଗର ଅଧିକାରୀ ସର୍ବେଶ୍ୱର ବରାଳ ଓ ତାଙ୍କ ବିଭାଗର କର୍ମଚାରୀ ମାନେ ବିପର୍ଯ୍ୟୟ ସମୟରେ ଲୋକ ମାନଙ୍କର ଧନ ଜୀବନ କିପରି ରକ୍ଷା କରାଯାଇ ପାରିବ ସେ ସମ୍ପର୍କୀତ ଜ୍ଞାନ କୋଶଳ ନିରାପତା ସାମଗ୍ରୀ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ।

ବିପର୍ଯ୍ୟୟ ସମୟରେ ରାସ୍ତାରୁ ଗଛ କାଟିବା ଏବଂ ଜଳମଗ୍ନ ଅଚଂଳରୁ ବୋଟ ମାଧ୍ୟମରେ ଲୋକ ମାନଙ୍କୁ ଉଦ୍ଧାର କରିବା ଓ ନିଆଁ ଲାଗିଥିବା ସ୍ଥାନରେ ତୁରନ୍ତ ଏହାକୁ ଲିଭାଇବାର ଜ୍ଞାନ କୋଶଳ ପ୍ରଦର୍ଶିତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି ବିଭିନ୍ନ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରେ ଘଟୁଥିବା ପ୍ରାକୃତିକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଗ୍ନିଶମ ବିଭାଗ ଜୀବନକୁ ବାଜି ଲଗାଇ ଲୋକ ମାନଙ୍କର ଧନ ଜୀବନ ରକ୍ଷା କରିବାରେ ପ୍ରମୁଖ ଭୂମିକା କରୁଥିବାରୁ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅନୁଗୁଳ ତହସିଲଦାର ନେହେରୁ ମାଝୀ, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ଶତପଥି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମାଧବ ଚନ୍ଦ୍ର ବରାଡ, ଆସିଷ୍ଟାଣ୍ଡ କଲେକ୍ଟର ଇସାନୀ ପଣ୍ଡା ଓ ମନୀଷା ଗୁପ୍ତା, ଏମ ସି ଏଲ ର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ରତନ କୁମାର ଆଚାର୍ଯ୍ୟ, ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନ୍ ସି ସି ଅଧିକାରୀ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ବଇତୁରା ଦୀପ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଦୋଶ କୁମାର ଶତପଥି ଓ ଜିଲ୍ଲା କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଲମ୍ବୋଦର ବେହେରା ଆୟୋଜନ କରିଥିଲେ ।

Leave A Reply