Odisha news

ଅନୁଗୁଳ : ଜଙ୍ଗଲରୁ ମାଖନା (ଦାନ୍ତ ଉଠୁ ନଥିବା ଅଣ୍ଡିରା ହାତୀ) ହାତୀର ଗଳିତ ଶବ ଉଦ୍ଧାର : ହାତୀ ସୁରକ୍ଷା କେବେ ?

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଚଂଳ ଅନ୍ତର୍ଗତ ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲର ଗୋଡିମରା ଠାରେ ଶନିବାର ଦିନ ଏକ ମାଖନା (ଦାନ୍ତ ଉଠୁ ନଥିବାଅଣ୍ଡିରା ହାତୀ)ର ଗଳିତ ମୃତ ଦେହକୁ ବନ ବିଭାଗ ଉଦ୍ଧାର କରିଛି । ଗତ ୧୭ ତାରିଖ ବିଳମ୍ବିତ ରାତିରେ ଉକ୍ତ ହାତୀଟି ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲର ନିକଟବର୍ତୀ ଭାଗଲାକଟା ଗ୍ରାମର ନୀଳକଣ୍ଠ ନାୟକଙ୍କ ଘରକୁ ଭାଙ୍ଗି ଦେଇଥିଲା ।

ତା ପରେ ହାତୀର କୋଣସି ସନ୍ଧାନ ବନ ବିଭାଗ ପାଇ ନଥିଲା । ହାତୀ ସ୍କ୍ୱାର୍ଡ ମାନେ ହାତୀର ପାଦ ଚିହ୍ନ ଦେଖି ବହୁ ଖୋଜା ଖୋଜି କରିବା ପରେ ଶନିବାର ହାତୀର ମୃତ ଦେହ ଗୋଡିମରା ଜଙ୍ଗଲରୁ ଠାବ କରିଥିଲେ । ଖବର ପାଇ ବନ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳକୁ ଯାଇ ଏହାର ତଦନ୍ତ ଚଳାଇଥିବା ଜଣାଯାଇଛି ।

Leave A Reply