Odisha news

ଊଣ୍ଡିଖୋଲ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ

0

ଚଣ୍ଡିଖୋଲ :  ପବିତ୍ର ଗାନ୍ଧ୍ଗାନ୍ଧୀ ଜୟନ୍ତୀ ଅବସରରେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି! ସ୍ୱଛତା ପାଇଁ ଏକ ଘଣ୍ଟାର ଶ୍ରମ ନେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରିପେକ୍ଷୀରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା! ଇତ୍ୟବସରରେ ଯାଜପୁର ଜିଲ୍ଲାର ପ୍ରଶିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିର ପରିସର ସଫେଇ କରାଯାଇଥିଲା!ଚଣ୍ଡିଖୋଲ ଷ୍ଟେଟବ୍ୟାଙ୍କ ଶାଖାର ମୁଖ୍ୟ ପ୍ରବନ୍ଧକ ଆଶୁତୋଷ ଶତପଥିଙ୍କ ନେତୃତ୍ୱରେ ବ୍ୟାଙ୍କର ସମସ୍ତ ଅଧିକାରୀ ଓ ଗ୍ରାହକ ସେବାକେନ୍ଦ୍ର ଗୁଡିକର ପରିଚାଳକ ମାନେ ମିଳିତଭାବେ ମହାବିନାୟକ ପୀଠର ସଫେଇ କରିଥିଲେ! ବ୍ୟାଙ୍କର ଛୁଟି ଦିନ ହୋଇଥିଲେ ସୁଦ୍ଧା ଏହି ମହତ କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଯୋଗଦେଇଥିଲେ! ଏଥିରେ ଚଣ୍ଡିଖୋଲ ଶାଖାର ଅଧିକାରୀ ସୁପ୍ରିୟା ମାଲିକ, ସମିତା ସାହୁ, ବିଜୟ ପ୍ରହରାଜ, ସନ୍ତୋଷ ଦାଶଙ୍କ ସହ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଲଲାଟେନ୍ଦୁ ବିଶ୍ଵାଳ, ସୁଜିତ୍କକୁମାର ସାହୁ, ପ୍ରମୋଦ ପଳେଇ, ଶ୍ରୀକାନ୍ତ ଜେନା, ଲିପ୍ସା ନାୟକଙ୍କ ସହ ସମସ୍ତ  ସିଏସପି ପରିଚାଳକ ଓ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇଥିଲେ! ସେଠାରେ ଏକ ସଚେତନତା ସଭା ଆୟୋଜିତ ହୋଇ ଜନ ସାଧାରଣଙ୍କୁ ସ୍ୱଛତା ନେଇ ସଚେତନ କରାଯାଇଥିଲା!

Leave A Reply