Odisha news

ମହାଶିବରାତ୍ରି ରେ ଏହି ୩ଟି ଜିନିଷ ବିନା ମହାଦେବଙ୍କ ପୂଜା ଅଧୁରା

0

ମହାଶିବରାତ୍ରି ହିନ୍ଦୁ ଧର୍ମର ଗୋଟିଏ ମୁଖ୍ୟ ପୂଜା, ଏହିଦିନ ଦେବ ଦେବ ମହାଦେବଙ୍କୁ ବିଧିବଧ ଭାବରେ ପୂଜା କରାଯାଇଥାଏ, ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ଶିବରାତ୍ରି ପାଳନ କରାଯାଇଥାଏ l ଏହିଦିନ ମହାଦେବ ବୈରାଗ୍ୟ ତ୍ୟାଗ କରି ସଂସାର ରେ ପ୍ରବେଶ କରିଥିବାର ଦିନ ଭାବରେ ଗ୍ରହଣ କରାଯାଇଥାଏ l ଏହିଦିନ ମାତା ପାର୍ବତୀ ଭୋଳାନାଥ ଙ୍କ ସହିତ ବିବାହ କରିଥିଲେ l

– ମହାଶିବରାତ୍ରି ରେ ଆମେ ବିଭିନ୍ନ ଜିନିଷ ମହାଦେବଙ୍କୁ ଅର୍ପଣ କରିଥାଉ, କିନ୍ତୁ ବିଶେଷ କିଛିଟା ଜିନିଷ ବିନା ଶିବ ପୂଜା ଅଧୁରା ବୋଲି କୁହାଯାଇ ଥାଏ, ସେହି ବିଶେଷ ଜିନିଷ ଗୁଡିକ ହେଲା ଜଳ, ଅକ୍ଷତ ଓ ବେଲପତ୍ର l ଏହି ତିନି ଜିନିଷ ମୁଖ୍ୟ ଅଟେ ଶିବ ପୂଜାରେ l

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଶିବରାତ୍ରି ରାତିରେ ଗ୍ରହ ମାନଙ୍କର ଏଭଳି ହୋଇଥାଏ ଯେ ମାନବ ଶରୀରର ଉର୍ଜା କୁ ଶକ୍ତିଶାଳୀ କରିଥାଏ, ଏହିଦିନ ରାତିରେ ପଦ୍ମାସନ ରେ ବସି ମହାଦେବଙ୍କ ଆରାଧନା କରିବା ଶୁଭ ଅଟେ l ଏହା ଜୀବନକୁ ଆଲୋକିତ କରି ସଫଳତା ଦେଇଥାଏ l

– ମହାଶିବରାତ୍ରି ଖାଲି ଆଧ୍ୟାତ୍ମିକ ଦୃଷ୍ଟିରୁ ନୁହେ, ବରଂ ଭୌତିକ ସୁଖ ପ୍ରାପ୍ତି ପାଇଁ ଗୋଟିଏ ବଡ଼ ମଃୟଂ ଅଟେ, ଶିବରାତ୍ରି ରେ କରାଯାଇଥିବା ଆରାଧନା ସୁଯୋଗ୍ୟ ଜୀବନ ସାଥି ଓ ବୈବାହିକ ଜୀବନ ରେ ସୁଖଶାନ୍ତି ପାଇବାର ଗୋଟିଏ ମାର୍ଗ ଅଟେ l

– ଶିବରାତ୍ରି ଦିନ ମହାଦେବଙ୍କୁ ଅର୍ପଣ କରାଯାଇଥିବା ଜିନିଷ ଗୁଡିକ ଦ୍ୱାରା ଜୀବନ ଉପରେ ସକାରାତ୍ମକ ଉର୍ଜା ପ୍ରତି ଫଳିତ ହୁଏ, କିନ୍ତୁ ଏହାକୁ ଅର୍ପଣ କରିବା ସମୟରେ ମନରେ ପାପ ଭାବି ରଖିବା ଉଚିତ ନୁହେଁ l

Govt
Leave A Reply