ଦଶପଲ୍ଲା ୨/୧୦ : ନୟାଗ଼ଡ ଜିଲ୍ଲା ର କଳାଗ୍ରାମ ଭାବେ ସରକାରୀ ସ୍ୱୀକୃତି ପାଇଥିବା ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ କୁଞ୍ଜବନ ଗଡ଼ ଲୋକ କଳା ଗ୍ରାମ ର ୪ର୍ଥ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି. ଏ ଅବସରରେ ସ୍ଥାନୀୟ ମହାବୀର ମନ୍ଦିର ସଭାଗୃହ ରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନଏସି ଅଧକ୍ଷା ପୁନମ ପ୍ରିୟଦର୍ଶିନୀ, ଉପାଧକ୍ଷ କିଶୋର ଚନ୍ଦ୍ର ଦାଶ , ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ବର ମାପାତ୍ର, ଅତିରିକ୍ତ ତହସିଲଦାର ଟି ଭେଙ୍କଟସ ରାଓ,ସାଂସଦ ପ୍ରତିନିଧି ସଂଯୁକ୍ତା ଦାସ ଗୁପ୍ତା, ପ୍ରମୁଖ ଯୋଗ ଦେଇ ଦଶପଲ୍ଲାର ଲୋକକଳା ଗ୍ରାମରେ ଅନୁଷ୍ଠିତ ଲୋକକଳା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଦଶପଲ୍ଲା ରେ ଅନୁଷ୍ଠିତ ହେଉଥିବା ରାମାୟଣ ନାଟକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହାସହ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ହୋଇଥିବାରୁ ଅତିଥିମାନେ ଏହି ଦୁଇ ମହାପୁରସ ଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଉତ୍ସବ ର ପ୍ରାରମ୍ଭରେ ଦଶପଲ୍ଲା ର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହ ଦଶପଲ୍ଲା ଥାନା ଠାରୁ ଏକ ଶୋଭାଯାତ୍ରା ବାହାରି ମହାବୀର ମନ୍ଦିର ଠାରେ ପହଞ୍ଚିଥିଲା । ସେଠାରେ ରାମ ନାଟକ ପର୍ଶୁରାମ ଭେଟ ସ୍ଥାନୀୟ କଳା କାର ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।ଏହି ଉତ୍ସବ ରେ ସମସ୍ତ କାଉନସିଲର ଯୋଗ ଦେଇଥିବା ବେଳେ ବହୁ କଳାକାର ଯୋଗ ଦେଇଥିଲେ ।
