Odisha news

ବାତଜ୍ଵର ରୋଗୀଙ୍କୁ ସୁରକ୍ଷା ସରଞ୍ଜାମ ବଣ୍ଟନ

0

କଣାସ,୦୨/୧୦/ :ପୁରୀ ଜିଲ୍ଲା କଣାସ ବ୍ଲକ ସାହୁପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲେପ୍ରା ସୋଷାଇଟ ଓ ଭାରତୀୟ ରେଡକ୍ରସ ପକ୍ଷରୁ ବାତ ଜ୍ଵର ରୋଗୀଙ୍କ ପାଇଁ ଏକ କର୍ମଶାଳା ଓ ସୁରକ୍ଷା ସରଞ୍ଜାମ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ଆଲୋଚନା ହୋଇଥିଲା।ପ୍ରତ୍ୟେକ ବାତ ଜ୍ଵର ରୋଗୀମାନେ କିଭଳି ନିଜେ ନିଜର  ସଫା ସୂତରାକୁ ଗୁରୁତ୍ଵ ଦେବେ ଓ ନିଜ ଗୋଦର ଗୋଡ଼ର ଯତ୍ନ ନେବେ ସେ ବିଷୟରେ ଡାକ୍ତରମାନେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହୁପଡା ସରପଞ୍ଚ ଭିକାରୀ ଚରଣ ବଳିଆରସିଂହ ଯୋଗ ଦେଇ କହିଥିଲେ ସ୍ବାସ୍ଥ୍ୟ ହିଁ ସମ୍ପଦ ,ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆମ ପରିବେଶ ଆମ ହାତରେ ଆମେ ସଫା ରଖିବା ତାହେଲେ ରୋଗ ଆମଠାରୁ ଦୂରେଇ ରହିବ । ଶେଷରେ ଲେପ୍ରା ଶୋଷାଇଟ ଓ ଭାରତୀୟ ରେଡକ୍ରସର କର୍ମକର୍ତ୍ତା ଅନାନ୍ୟା ଅତିଥିମାନେ ଯୋଗ ଦେଇ ବାତ ଜ୍ଵର ରୋଗୀଙ୍କୁ ସୁରକ୍ଷା ସରଞ୍ଜାମ ବଣ୍ଟନ କରିଥିଲେ ।

Leave A Reply