ନୂଆପଡ଼ା- ୨/୧୦- ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ସ୍ୱର ସଙ୍ଗମ କଳା ପରିଷଦ ଗୃହ ଠାରେ ଗାନ୍ଧୀଜୀଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତ୍ରିନାଥ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାକୁ ସଂପାଦକ ବୈଷ୍ଣବ ମେହେର ପରିଚାଳନା କରିଥିଲେ । ଏହି ଅବସରରେ ଅଧ୍ଯାପକ ନବୀନ ଚନ୍ଦ୍ର ମେହେର, ତରୁଣ କୁମାର ମେହେର, ରୂପେଶ ଚନ୍ଦ୍ର ମେହେର, ଖଗପତି ମେହେର, ଶିବ ପ୍ରସାଦ ମେହେର ପ୍ରମୁଖ ଗାନ୍ଧୀଜୀଙ୍କ ସ୍ନୁତିଚାରଣ କରି ତାଙ୍କ ସତ୍ଯ ଓ ଅହିଂସା ନିତିରେ ଅନୁପ୍ରାଣିତ ହେବା ବର୍ତ୍ତମାନର ସବୁଠାରୁ ବଡ଼ ଆହ୍ୱାନ ବୋଲି ପ୍ରକାଶ କରିଥଲେ। ସଭା ଆରମ୍ଭରେ ପ୍ରଦ୍ଯୁମ୍ନ ସିଂହ ଚିନ୍ଦା ସମସ୍ତଙ୍କୁ ସ୍ୱାଗତ କଲା ପରେ ଗାନ୍ଧୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଅନ୍ଯମାନଙ୍କ ମଧ୍ଯରେ ନିଲାଞ୍ଚଳ ମେହେର, ମନୋଜ ମହାନନ୍ଦ, ଗୌତମ ମେହେର, ତସ୍ମିନ ମେହେର, ଶୁଭେନ୍ଦୁ ପାଢ଼ୀ, ଅନନ୍ତ କୁଲଦୀପ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ବଂଶୀଧର ଜଗତ ଧନ୍ଯବାଦ ଅର୍ପଣ କରିଥଲେ।