Odisha news

ଗାଡ଼ି ଚଳାଉ ଚଳାଉ ଢୁଳେଇ ପଡ଼ିଲେ ଉବେର ଚାଳକ, ନିଜେ ଗାଡ଼ି ଚଳାଇ ଗନ୍ତବ୍ୟରେ ପହଞ୍ଚିଲେ ମହିଳା ଯାତ୍ରୀ

0

ମୁମ୍ବାଇ: ଆପଣ ଗାଡ଼ିରେ ଯାଉଥିବା ସମୟ‌ରେ ଅନେକ ଥର ଏପରି ସମସ୍ୟାର ସମ୍ମୁଖୀନ ହୋଇଥିବେ। ଗାଡ଼ି ଚାଳକ ଢୁଳେଇ ‌ଢୁଳେଇ ଗାଡ଼ି ଚଲାଉଥିବାର ଦୃଶ୍ୟ ଅନେକ ବାର ଦେଖିଥିବେ। ନିଦୁଆ ଚାଳକଙ୍କ ଗାଡ଼ି ଚଳାଇବା ବେଳେ ବେଳେ ବିପଦପୂର୍ଣ୍ଣ ବି ସାବ୍ୟସ୍ତ ହୋଇଥାଏ। ଏହି କାରଣରୁ ଅନେକ ଦୁର୍ଘଟଣା ମଧ୍ୟ ପୂର୍ବରୁ ଘଟିଛି।

ଏପରିି ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ପୁଣେରୁ ମୁମ୍ବାଇ ଯାତ୍ରା କରୁିଥିବା ୨୪ ବର୍ଷୀୟା ଜଣେ ଯୁବତୀ। ଯୁବତୀ ଜଣକ ଉବେରରେ ବସିଥିବା ସମୟରେ ଉବେର ଚାଳକ ଜଣକ ଢୁଳେଇବା ଆରମ୍ଭ କରିଥିଲେ। ତେଜସ୍ବିନୀ ଦିବ୍ୟା ନାୟକ ନାମ୍ନୀ ଏହି ଯୁବତୀ ଯେତେବେଳେ ବାରମ୍ବାର ଦେଖିବାକୁ ପାଇଲେ ଯେ ତାଙ୍କ ଚାଳକ ଢ଼ୁଳେଇବାରେ ଲାଗିଛନ୍ତି ସେ ଦୁର୍ଘଟଣାରୁ ନିଜକୁ ବର୍ତ୍ତିବା ପାଇଁ ବାଧ୍ୟ ହୋଇ ନିଜେ ଗାଡ଼ି ଚଳାଇ ଥିଲେ। ତାଙ୍କ ଡ୍ରାଇଭର୍‌ କଡ଼ ସିଟ୍‌ରେ ଶୋଇ ଶୋଇ ଯାଉଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି।

tejaswinniethepooh@teja_main_hoon_

thanking god I’m alive right now and I wasn’t asleep when this happened & that I know how to drive.@Uber @Uber_Support @Uber_India I am seething with anger right now. how dare they drive if they’re not well rested? how dare they put anyone else’s life at risk?
part 1

Embedded video

27 people are talking about this
ତେଜସ୍ବିନୀ ଅପରାହ୍ନ ୧ଟା ସମୟରେ ଉବେର୍‌ ବୁକ୍‌ କରିଥିଲେ। ସେ କିଛି ସମୟ ଗାଡ଼ିରେ ବସିବା ପରେ ଅନୁଭବ କଲେ ଯେ ଗାଡ଼ି ଚାଳକ ଜଣକ ପ୍ରବଳ ନିଦରେ ଅଛନ୍ତି। ସେହି କାରଣରୁ ଗାଡ଼ି ବାରମ୍ବାର ଦୁର୍ଘଟଣା ମୁହଁକୁ ଚାଲି ଆସୁଥିଲା। ଶେଷରେ ମହିଳା ଜଣକ ଚାଳକଙ୍କୁ ଗାଡ଼ି ତାଙ୍କୁ ଦେବାକୁ କହିଥିଲେ ଓ ସେ ନିଜେ ଗାଡ଼ିକୁ ଚଳାଇ ଗନ୍ତବ୍ୟରେ ପହଞ୍ଚିଥିଲେ।

ମହିଳା ଜଣକ ନିଜ ଗନ୍ତବ୍ୟରେ ପହଞ୍ଚିବା ପରେ ଗାଡ଼ି ଭଡ଼ା ଦେବାକୁ ମନା କଲେ। ଟ୍ବିଟ୍‌ର ଓ ଇନ୍‌ଷ୍ଟାରେରେ ଉବେରକୁ ଟ୍ୟାଗ୍‌ କରିବା ପରେ କମ୍ପାନି ପକ୍ଷରୁ କ୍ଷମା ପ୍ରାର୍ଥନା ମଗା ଯାଇଥିଲେ ବି ଅର୍ଥ ଛାଡ଼ କରାଯାଇ ପାରିନାହିିଁ ବୋଲି ସୂଚନା ରହିଛି।

Leave A Reply