Odisha news

କ୍ୟାନ୍ସର ପୀଡ଼ିତଙ୍କ ପାଇଁ ୮୦ ଛାତ୍ରୀଙ୍କ କେଶ ଦାନ

0

କୋଏମ୍ବାଟୁରସ୍ଥିତ ଏକ ଘରୋଇ କଲେଜର ୮୦ ଜଣ ଛାତ୍ରୀ ନିଜ କେଶ କାଟି ଦାନ କରିଛନ୍ତି । ସେଥିରେ କ୍ୟାନ୍ସର ସର୍ଭାଇଭର୍‌ଙ୍କ ପାଇଁ ୱିଗ୍‌ ତିଆରି ହେବ । ସେମାନେ କହିଛନ୍ତି, ଆମେ ରୋଗୀମାନଙ୍କୁ ଆର୍ଥିକ ସହାୟତା କରିପାରିବୁ ନାହିଁ, ସେଥିପାଇଁ କେଶ ଦାନ କରୁଛୁ । କ୍ୟାନ୍ସର ପୀଡ଼ିତଙ୍କୁ ସାହାଯ୍ୟ କରୁଥିବା ମୁମ୍ବାଇର ‘ମଦନ ଟ୍ରଷ୍ଟ’ କର୍ତ୍ତୃପକ୍ଷ କହନ୍ତି, ୱିଗ୍‌ ତିଆରି ପାଇଁ ସାଧାରଣତଃ ୧୦ ଇଞ୍ଚ ଲମ୍ବା କେଶ ଆବଶ୍ୟକ ହୋଇଥାଏ । ଛାତ୍ରୀ ବିନୋଥିନୀ କହିଛନ୍ତି, ମୁଁ ୮ ଇଞ୍ଚ କେଶ କାଟି ଦାନ କରିଛି । କେଶଦାନ ପାଇଁ ୮୦ ଜଣ ଛାତ୍ରୀ ରେଜିଷ୍ଟ୍ରେଶନ୍‌ କରିଥିଲେ । ହେଲେ ଏହି ସଂଖ୍ୟା ୨୦୦ରେ ପହଞ୍ଚିପାରେ ।

Leave A Reply