ବିଜେପିର ‘ଫିଡ୍ ଦି ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ ୧୩୮ଟି ବିଧାନସଭା କ୍ଷେତ୍ରରେ ଗରିବ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଏବଂ ଅତ୍ୟାବଶକୀୟ ସାମଗ୍ରୀ ବଂଟନ କରୁଛନ୍ତିି ବିଜେପି କାର୍ଯ୍ୟକର୍ତା
ସାମାଜିକ ଦୁରତ୍ୱ ବଜାୟ ରଖି ନିଜ ନିଜ ଅଂଚଳରେ ନିଃସ୍ୱ ଅସହାୟ ଗରିବଙ୍କୁ ଖାଦ୍ୟ ବଂଟନ କରୁଛନ୍ତି ଦଳୀୟ ପଦାଧିକାରୀ
ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ସାନିଟାଇଜର, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଚାଲୁ ରହିଛି
ଭିଡିଓ କନଫରେନି୍ସ ଜରିଆରେ କାର୍ଯ୍ୟକର୍ତାମାନଙ୍କ ସହ କରୋନା ମୁକାବିଲା ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ଦଳର ପ୍ରମୁଖ ପଦାଧିକାରୀ
ବର୍ତମାନ ସୁଦ୍ଧା ୨୧ଟି ସଂସଦୀୟ କ୍ଷେତ୍ର, ୨୯୪ଟି ବ୍ଲକ ଓ ପୈାରପାଳିକାରେ ବାସ କରୁଥିବା ୮୫ ହଜାରରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧା ଏବଂ ୫୭ ହଜାରରୁୁ ଉର୍ଦ୍ଧ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଂଟନ କରାଯାଇଛି
ଭୂବନେଶ୍ୱର, ତା.୦୬/୦୪: ଭାରତୀୟ ପରମ୍ପରା ‘ନର ସେବା – ନାରାୟଣ ସେବା’କୁ ସମ୍ମାନ ଜଣାଇ ଲକ୍ଡାଉନ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କୁ ସେମାନଙ୍କ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଚାଲୁ ରଖିଛନ୍ତି । ସାମାଜିକ ଦୁରତ୍ୱ ବଜାୟ ରଖି ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମରେ ବିଜେପିର ୪ ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା ବର୍ତମାନ ସୁଦ୍ଧା ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ର, ୧୩୮ ଟି ବିଧାନସଭା କ୍ଷେତ୍ର, ୨୯୪ଟି ବ୍ଲକ ଓ ପୈାରପାଳିକାରେ ବାସ କରୁଥିବା ୮୫ ହଜାରରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧା ଏବଂ ୫୭ହଜାରରୁୁ ଉର୍ଦ୍ଧ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଂଟନ କରିଛନ୍ତି । କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଅସହାୟ, ଦୁଃଖୀଜନ, ନିସ୍ୱ ଗରୀବଙ୍କୁ ବିଜେପି କାର୍ଯ୍ୟକର୍ତାମାନେ ଖାଦ୍ୟାନ୍ନ ବଂଟନ କରିବେ । ଏହି କାର୍ଯ୍ୟରେ ବିଜେପି ବିଧାୟକ, ଜନ ପ୍ରତିନିଧି, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତା, ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନେ ସାମିଲ ହୋଇ ନିଜ ନିିଜ ଅଂଚଳରେ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ମାସ୍କ, ସାନିଟାଇଜର, ପଶୁ ଖାଦ୍ୟ ଆଦି ବଂଟନ କରିଛନ୍ତି ।
ପ୍ରତି ଗ୍ରାମରେ ଯେପରି କେହି ବି ଭୋକିଲା ନରହିବେ ସେଥିପ୍ରତି ଧାନ ଦେବା ପାଇଁ ପ୍ରତ୍ୟେକ କାର୍ଯ୍ୟକର୍ତାଙ୍କୁ ଦାୟୀତ୍ୱ ଦିଆଯାଇଛିି । ଏହା ସହ କରୋନା ମୁକାବିଲା ପାଇଁ ପିଏମ କେୟାର୍ସ ଫାଣ୍ଠିକୁ କିପରି ଅଧିକରୁ ଅଧିକ ବଦାନ୍ୟ ବ୍ୟକ୍ତିଙ୍କୁ ଯୋଡିବା ଏବଂ ନିଜ ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରିବାକୁ ବିଜେପି ନେତୃବୃନ୍ଦ ନିବେଦନ କରିଛନ୍ତି ।
ଆଜି ଭୁବନେଶ୍ୱର ଜିଲ୍ଲାର ଏକାମ୍ର, ଉତର, ମଧ୍ୟ ନିର୍ବାଚନମଣ୍ଡଳୀ; କଟକ ଜିଲ୍ଲାର ବଡମ୍ବା, କଟକ ସଦର, ଗୋପାଳପୁର, ନିଶ୍ଚିନ୍ତ କୋଇଲି, ଚୌଦ୍ୱାର, ସାଲେପୁର, ମାହାଙ୍ଗା; ଅନୁଗୁଳ ଜିଲ୍ଲାର ପାଲଲହଡା, ଆଠମଲ୍ଲିକ, ତାଳେଚେର ମୁ୍ୟନିସପାଲିଟି; କୋରାପୁଟ ଜିଲ୍ଲାର ଜୟପୁର, ବରିଗୁମା, କୋରାପୁଟ; ବରଗଡ ଜିଲ୍ଲାର ବରଗଡ ସହରର ବିଭିନ୍ନ ୱାର୍ଡ, ଅତାବିରା, ବିଜେପୁର; ଭଦ୍ରକ ଜିଲ୍ଲାର ବାସୁଦେବପୁର, ଧାମନଗର, ଭଣ୍ଡାରୀପୋଖରୀ; କେନ୍ଦ୍ରାପଡା ଜିଲ୍ଲାର ଆଳି, ରାଜନଗର, ମହାକାଳପଡା, କେନ୍ଦ୍ରାପଡା ମୁ୍ୟନିସପାଲିଟି, ପାଟକୁରା; ଯାଜପୁର ଜିଲ୍ଲାର ଯାଜପୁର ରୋଡ, ଯାଜପୁର ଟାଉନ, ବିଂଝାରପୁର; ଗଂଜାମ ଜିଲ୍ଲାର ଗୋପାଳପୁର, ଭଂଜନଗର, ଚିକିଟି, ସାନଖେମୁଣ୍ଡି; ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର, ହିନେ୍ଦାଳ; ମୟୁରଭଂଡ ଜିଲ୍ଲାର ମୋରଡା, ଜଶିପୁର, ବଡସାହି, ଉଦଳା; ଘୁମୁସର ଜିଲ୍ଲାର କବିସୂର୍ଯ୍ୟ ନଗର, ପୋଲସରା ; ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ, ପାଟଣାଗଡ, କଂଟାବାଝୀ, ଲୋଇସିଂହା; ରାଉରକେଲା ଜିଲ୍ଲାର ବିଂଝାରପୁର, ରଘୁନାଥପଲ୍ଲୀ; ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା ଟାଉନ, ବ୍ରଜରାଜନଗର, ବେଲପାହାଡ; ଖୋର୍ଦ୍ଧା ଜିଲ୍ଲାର ବୋଲଗଡ, ବେଗୁନିଆ, ଜଟଣୀ, ଜୟଦେବ, ଖୋର୍ଦ୍ଧା ଟାଉନ; ନବରଙ୍ଗପୁର ଜିଲ୍ଲାର ଉମରକୋଟ, ନବରଙ୍ଗପୁର ଟାଉନ, ଡାବୁଗାଁ, ଝରିଗାଁ; ; କଳାହାଣ୍ଡି ଜିଲ୍ଲାର ଲାଂଜିଗଡ,ଜୁନାଗଡ; ବାଲେଶ୍ୱର ଜିଲ୍ଲାର ସିମୁଳିଆ, ସୋର, ନିଳଗିରି, ରେମୁଣା ଟାଉନ, ବନ୍ତା, ଜଳେଶ୍ୱର, ବାଲେଶ୍ୱର ମୁ୍ୟନିସପାଲିଟି, ଭୋଗରାଇ; ପୁରୀ ଜିଲ୍ଲାର ବ୍ରହ୍ମଗିରୀ,ନିମାପଡା,ଗୋପ; ସମ୍ବଲପୁର ଜିଲ୍ଲାରବୁର୍ଲା, ରେଙ୍ଗାଲି, ସମ୍ବଲପୁର ଟାଉନ; ଜଗତସିଂହପୁର ଜିଲ୍ଲାର ବିରିଡି, ପାରାଦୀପ; କେଉଁଝର ଜିଲ୍ଲାର କେଉଁଝର ଟାଉନ, ଚମ୍ପୁଆ; ନୂଆପଡା ଜିଲ୍ଲାର ଖରିଆର, ନୂଆପଡା; ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ, ରାଇରଙ୍ଗପୁର; କନ୍ଧମାଳ ଜିଲ୍ଲାର ବାଲିଗୁଡା, ଫୁଲବାଣି; ରାୟଗଡା ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାନୀୟ ନେତୃବୃନ୍ଦଙ୍କ ତତ୍ୱାବଧାନରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ ବଂଟନ କରାଯାଇଛି ।
କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଏକାଠୀ ହୋଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି । ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ରାଜ୍ୟ ମୁଖପାତ୍ର ତଥା ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ର ରାଜ୍ୟ ସଂଯୋଜକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।