Odisha news

ଭଦ୍ରକରେ ୪୮ଘଣ୍ଟାର “ସଟ ଡାଉନ’ ପରେ ପୁଣି “ଲକ୍‍ ଡାଉନ’ ଜାରି ଭଦ୍ରକରେ ଡିଜିପିଙ୍କ ସ୍ଥିତି ଅନୁଧ୍ୟାନ ୨୦ ନିୟମ ଉଲ୍ଲଘଂନକାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ

0

ଭଦ୍ରକ,୦୬ ।୦୪:ରବିବାର ରାତି ୮ଟାରୁ ଭଦ୍ରକ ସହରରୁ ହଟିଛି ୪୮ଘଣ୍ଟିଆ “ସଟ ଡାଉନ’ । କିନ୍ତୁ “ଲକ ଡାଉନ’ ନିୟମ ପୂର୍ବବତ ଜାରି ରହିଛି । ରବିବାର ରାତି ୮ଟାରୁ ସଟ ଡାଉନ ହଟିଲା ପରେ ନିର୍ଦ୍ଦିଷ୍ଟ ଭାବେ କେତେକ ଦୁଗ› ବିକ୍ରୟ କେନ୍ଦ୍ରକୁ ଖୋଲିବାକୁ ଅନୁମତି ଦେଇଥିଲା ପ୍ରଶାସନ । ଏଥିସହ କଲେକେଫାରିଏଟରୁ ଡାହାଣୀଗଡିଆ ଯାଏ ତେଜରାତି ଓ ଔଷଧ ଦୋକାନ ସୋମବାର ରାତି ୮ଟାରୁ ୧୦ ଯାଏ ଖୋଲା ରହିବ ବୋଲି ପ୍ରଶାସନ ସୂଚନା ଦେଇଥିଲା । କିନ୍ତୁ ସହରର ପୁରୁଣାବଜାର,ରେଲେଓ୍ୱ ଷ୍ଟେସନ, ଚରମ୍ପା ଓ ଏରେଇଁ ପଞ୍ଚାୟତରେ ପୂର୍ବବତ କଟକଣା ଜାରି ରହିବ ଓ ସେଠାକାର ଅଧିବାସୀମାନେ ସହାୟତା ଲାଗି ବିଡିଓ ଏବଂ ତହସିଲଦାରଙ୍କୁ ଫୋନରେ ଯୋଗାଯୋଗ କରିବେ ବୋଲି ଜିଲ୍ଳାପାଳ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି । ଏଥିସହ ଆଜି ଭଦ୍ରକରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ନହେବା ମଧ୍ୟ ସହରବାସୀଙ୍କୁ ଆହୁରି ଆଶ୍ୱସ୍ତ କରିଛି । ଅପରପକ୍ଷେ ରବିିବାର ପୋଲିସ ଡିଜି ଅଭୟ ଭଦ୍ରକ ଗସ୍ତରେ ଆସିଥିଲେ । ସେ ଆଇଜି ଦୀପ୍ତେଶ ପଟନାୟକ ଓ ଏସପି ରାଜେଶ ପଣ୍ଡିତଙ୍କ ସହ ଆଲୋଚନା କରିଥିଲେ । ପରେ ପୁରୁଣାବଜାର, ରିଜର୍ଭ ବାରେକ, ଡିଆଇବିରେ ହୋଇଥିବା ପୁଲିସ କଂଟ୍ରୋଲ ରୁମ ସମତେ ଟାଉନ ଥାନା, ପୁରୁଣାବଜାର ଥାନା ସହ ଗ୍ରାମାଞ୍ଚଳ ଥାନା ପରିଦର୍ଶନରେ ଯାଇଥିଲେ । ପୁଲିସ ପେଟ୍ରୋଲିଂ କେମିତି ଚାଲିଛି, ପୁଲିସ କଲ ସେଣ୍ଟର କେମିତି ଚାଲିଛି ତା’ର ଅନୁଧ୍ୟାନ କରିଥିଲେ । ପୁଲିସ କର୍ମଚାରୀ ତଥା ଅଧିକାରୀମାନେ କେମିତି କରୋନା ସତର୍କତା ଅବଲମ୍ବନ କରୁଛନ୍ତି ତାହା ମଧ୍ୟ ପଚାରି ବୁଝିଥିଲେ । ତେବେ ଭଦ୍ରକରେ ସଟଡାଉନ ସଫଳ ହୋଇଥିବା ଓ ସମସ୍ତ ଆୟୋଜନକୁ ନେଇ ମହାନିର୍ଦ୍ଦେଶକ ସନ୍ତୋଷ ପ୍ରକଟ କରିଥିବା କଥା କହିଛନ୍ତି ଏସପି ରାଜେଶ ପଣ୍ଡିତ । ସୋସିଆଲ ମିଡିଆରେ ମିଛ ଖବର ପୋଷ୍ଟ କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ମହା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିବା କଥା ଏସପି କହିଛନ୍ତି । ସେହିଭଳି ଭଦ୍ରକ ପୁଲିସ ସଟ ଡାଉନ କାଳରେ ମୋଟ ୨୦ ଜଣଙ୍କୁ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଅଟକ ସହ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଥିବା ସୂଚନା ଦିଆଯାଇଛି ।

Leave A Reply