Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ, ସୂଚନା ଓ ଲୋକସଂପର୍କ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‍ ଆଜି ଅପରାହ@ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

0

 ଓଡ଼ିଶାରେ ତୃତୀୟ ସରକାରୀ କୋଭିଡ୍‍-୧୯ ହସ୍‍ପିଟାଲ୍‍ କାର୍ଯ୍ୟାରମ୍ଭ କରିଛିା ମହାନଦୀ କୋଲ୍‍ ଫିଲଡସ୍‍ର ସହଯୋଗରେ ସୋଆ କ୍ୟାମ୍ପସ୍‍ରେ ନିର୍ମିତ ୫୦୦ ଶଯ୍ୟା ସହ ୨୫ ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଥିବା ଏହି ହସ୍‍ପିଟାଲ୍‍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତିା ହସ୍‍ପିଟାଲ୍‍ର ଡାକ୍ତର ଓ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନଙ୍କ ସହିତ ମତବିନିମୟ ପୂର୍ବକ କୋଭିଡ୍‍-୧୯ ମହାମାରୀ ସମୟରେ ଲୋକଙ୍କ ସେବା ନିମନ୍ତେ ସେମାନ ଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତିା କୋଭିଡ୍‍-୧୯ର ମୁକାବ ଲିା ପାଇଁ ରାଜ୍ୟ ସରକାର ଙ୍କ ସମସ୍ତ ପ୍ରଚେଷ୍ଟା ଓ ପଦକ୍ଷେପକୁ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍‍ ଏବଂ ଇସ୍ପାତ୍‍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର
ପ୍ରଧାନ ଉଚ୍ଚପ୍ରଶଂସା କରିଛନ୍ତିା
 ରାଜ୍ୟରେ ବର୍ତ୍ତମାନ ୧୫୪୭ ଶଯ୍ୟା ବିଶିଷ୍ଟ ୭ଟି ସ୍ୱତନ୍ତ୍ର କୋଭିଡ୍‍ ହସ୍‍ପିଟାଲ୍‍ କାର୍ଯ୍ୟକ୍ଷମ ହୋଇସାରିଛିା କଟକରେ ଅଶ୍ୱିନୀ ହସ୍‍ପିଟାଲ୍‍, ଯାଜପୁରର ଡୁବୁରୀଠାରେ ଟାଟା ହସ୍‍ପିଟାଲ୍‍, କେଉଁଝର ଜିଲ୍ଲାର ଯୋଡ଼ାଠାରେ ଟାଟା ହସ୍‍ପିଟାଲ୍‍, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରସ୍ଥିତ କିମସ୍‍ ଓ
ସମ୍‍ ହସ୍‍ପିଟାଲ୍‍, ପୁରୀର ଆଇଡି ହସ୍‍ପିଟାଲ୍‍ ଏବଂ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାଠାରେହାଇଟେକ୍‍ ମେଡିକାଲ କଲେଜ୍‍ରେ ଏହି ସେବା ଉପଲବ୍ଧ ହେଉଛିା
 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ତଥା ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ କୋଭିଡ୍‍-୧୯ ପରୀକ୍ଷଣ ସୁବିଧା(ଟେଷ୍ଟିଂ)କୁ ତ୍ୱରାନ୍ୱିତ କରିବା ଏବଂ ଯଥା ସମ୍ଭବ ଅଧିକ ପରୀକ୍ଷଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତିା ବର୍ତ୍ତମାନ ତିନୋଟି ସ୍ଥାନରେ
“ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
ଦୈନିକ ହାରାହାରି ୩୦୦ କୋଭିଡ୍‍-୧୯ ନମୁନା ପରୀକ୍ଷା କରାଯାଉଥିବାବେଳେ ଆସନ୍ତା ୫ ଦିନ ମଧ୍ୟରେ ଏହାକୁ ୧୦୦୦କୁ ବୃଦ୍ଧି କରିବା ପାଇଁ ଉଦ୍ୟମ କରାଯାଉଛିା ଖୁବ୍‍ ଶୀଘ୍ର ଭିମ୍‍ସାର (ବୁଲ ର୍ା), ଏମ୍‍କେସିଜି(ବ୍ରହ୍ମପୁର)ରେ କୋଭିଡ୍‍-୧୯ ପରୀକ୍ଷଣର ସୁବିଧା ଉପଲବ୍ଧ କରାଇବାକୁ ସମସ୍ତ ପ୍ରସ୍ତୁତି ଜାରି ରହିଛିା ଏହି ହସ୍‍ପିଟାଲ୍‍ ଦୁଇଟିକୁ କୋଭିଡ୍‍-୧୯ ପରୀକ୍ଷଣ ନିମନ୍ତେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ
କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁରହିଛି ଏବଂ ଖୁବ୍‍ ଶୀଘ୍ର ଆଇସିଏମ୍‍ଆର୍‍ର ଅନୁମୋଦନ ପ୍ରାପ୍ତ ହେବାର ସମ୍ଭାବନା ରହିଛିା
 କୋଭିଡ୍‍-୧୯ ମୁକାବିଲା ପାଇଁ ସ୍ୱାସ୍ଥ୍ୟସେବାକୁ ଅଧିକ ସକି୍ରୟ କରିବା ଲକ୍ଷ୍ୟରେ ଡାକ୍ତର, ଡାକ୍ତରୀ ଛାତ୍ର, ସ୍ୱାସ୍ଥ୍ୟ ବିଭାଗ ପଦାଧିକାରୀ, ଜିଲ୍ଲା ଓ ବ୍ଲକ୍‍ସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ପ୍ରଦାନ କରାଯାଉଛିା ଏହାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିା ବର୍ତ୍ତମାନ ସୁଦ୍ଧା ଏସ୍‍ସିବି(କଟକ)ର ୮୯୧ ଛାତ୍ରଛାତ୍ରୀ, ଏମ୍‍କେସିଜି(ବ୍ରହ୍ମପୁର)ର ୩୨୫ ଛାତ୍ରଛାତ୍ରୀ, ଭୀମ୍‍ସାର(ବୁର୍ଲା)ର ୩୦୦ ଛାତ୍ରଛାତ୍ରୀ ଓ ଏମ୍‍କେସିଜି (ବ୍ରହ୍ମପୁର)ର ୨୪୭ ଅଧ୍ୟାପକ ଓ ସ୍ନାତକ ଛାତ୍ରଙ୍କୁ ମିଶାଇ ପ୍ରାୟ ୧୫୦୦ ଡାକ୍ତରୀ ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ ଅଧିକାରୀ ତାଲିମ ନେଇଛନ୍ତିା ଅନୁରୂପ ଭାବରେ, ୩୬୦ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର ଓ ୨୨୬୪ ବ୍ଲକ୍‍ସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ
ତାଲିମ ପ୍ରଦାନ କରାଯାଇଛିା
 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନିଜର ତଥା ସମାଜର ଭଲ ପାଇଁ ଲକ୍‍ ଡାଉନ୍‍ ପାଳନ କରିବାକୁ ଆହ୍ୱାନ ଜଣାଇଛନ୍ତିା ସେ କହିଛନ୍ତି ଯେ, “କୋଭିଡ୍‍-୧୯ ବିରୁଦ୍ଧରେ ଆମର ସଂଗ୍ରାମରେ ହ ଜାର ହ ଜାର ପୋଲିସ୍‍ କ ମର୍ଚାରୀ ବ୍ୟକ୍ତିଗତ ଓ ପାରିବାରିକ ତ୍ୟାଗ ସ୍ୱୀକାର କରି ଜନସେବାରେ ବ୍ରତୀ ହୋଇଛନ୍ତିା ଘରେ ରହି ଏବଂ ସାମାଜିକ ଦୂରତା ବଜାୟ ରଖି ଆସନ୍ତୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବାା’ ଲକ୍‍ ଡାଉନ୍‍ ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଏବଂ ଯେକୌଣସି ସାଂପ୍ରଦାୟିକ ପରିସ୍ଥିତ ସୃଷ୍ଟି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୋଲିସ୍‍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତିା
 ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୪୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୧୭୬୫ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମିକ ମାନେ ଦେ ଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭ ନ୍ନି ସ୍ଥାନ ରେ ରହିଛନ୍ତିା
ଶିବିର ଗୁଡ଼ିକ ରେ ମନ ସ୍ତାତ୍ୱିକ -ସାମାଜିକ ପରାମର୍ଶ ଦିଆଯିବା ସହିତ ଭା୍ର ମ୍ୟମାଣ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛିା ଶିବିରରେ ଥିବା ମହିଳା ଓ ଶିଶୁମାନଙ୍କୁ ରନ୍ଧାଖାଦ୍ୟ ବ୍ୟତୀତ ଫଳ ଓ କ୍ଷୀର ମଧ୍ୟ ଯୋଗାଇ ଦିଆଯାଉଛିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍‍ ସେଣ୍ଟର ଟୋଲ୍‍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
“ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
 ଆଜି ରାଜ୍ୟର ୫୨୪୭ ଗ୍ରାମ ପଞ୍ଚାୟତରେ ୩,୨୭,୬୭୫ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୦୮ଟି ପୌରାଞ୍ଚଳରେ ୨୫,୨୩୯ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 କୋଭିଡ୍‍-୧୯ ସଂକ୍ରମଣ ସଂପର୍କିତ ସଚେତନତା ସୃଷ୍ଟିରେ ମିଶନ ଶକ୍ତି ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତିା ଗାଁଠାରୁ ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ସଚେତନତାର ବାର୍ତ୍ତାକୁ ମାତ୍ର ତିନିଦିନ ମଧ୍ୟରେ ପହଞ୍ଚାଇ ପାରିଛନ୍ତିା ଲକ୍‍ ଡାଉନ୍‍ ସମୟରେ ଜିଲ୍ଲା ପ୍ରଶାସନର ସହାୟତାରେ ୬୦୦ଟି ରାସନ୍‍ ଦୋକାନ ଏବଂ ଭ୍ରାମ୍ୟମାଣ ରାସନ୍‍ ଦୋକାନ ମାଧ୍ୟମରେ ଲୋକଙ୍କୁ ଅତ୍ୟାବଶ୍ୟକ ରାସନ୍‍ ସାମଗ୍ରୀ ଯୋଗାଇ ଦେଇଛନ୍ତିା ଗ୍ରାମାଞ୍ଚଳରେ ନିରାଶ୍ରିତ ଏବଂ ଅସହାୟମାନଙ୍କୁ ଏଯାବତ୍‍ ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ୨୫ ଲକ୍ଷ ମିଲ୍‍ ଯୋଗାଇ ସାରିଲେଣିା ସେହିଭଳି ଏପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱର୍ ମାସ୍କ ପ୍ରସ୍ତୁତ କରି ଅତି ସ୍ୱଳ୍ପ ମୂଲ୍ୟରେ ଏହି ଏସ୍‍ଏଚ୍‍ଜି ସଦସ୍ୟାମନେ ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ, ସେ୍ୱଚ୍ଛାସେବୀମାନଙ୍କୁ ଯୋଗାଇ ଦେଇଛନ୍ତିା ଏହି ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମା’ମାନେ ପୋଲିସ୍‍ ଭଳି ନିଜ ପରିବାର ସଦସ୍ୟଙ୍କୁ ଓ ଗୋଷ୍ଠୀଙ୍କୁ କୋଭିଡ୍‍-୧୯ର ନିୟମ ପାଳନ କରି ଘରେ ରହିବାକୁ ପ୍ରବର୍ତ୍ତାଇବା ନିମନ୍ତେ
ଅନୁରୋଧ କରାଯାଇଛିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୫ରୁ ଅପ୍ରେଲ ୬ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪୯ଟି ମାମଲା ଦାୟର କରାଯାଇଛିା ସେଥିରୁ ୨୩୩ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୫ଟି ଗୁଜବ ସୃଷ୍ଟି ପାଇଁ ଓ ୧୧ଟି କୋଭଡି ୍‍-୧୯ ସଂପୃକ୍ତ ନିୟମାବଳୀ ଉଲ ୍ଲଂଘନ ପାଇଁ ଅନ୍ତଭୁ ର୍କ୍ତା ବିଭିନ୍ନ ଅଭିଯୋଗରେ ୪୨୭ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛିା ଭଦ୍ରକ ସହରରେ ସାମାଜିକ ଦୂରତ୍ୱ ନିୟମ ଭଙ୍ଗ ଅଭିଯୋଗରେ ୨୯ ଜଣ ଦୋକାନୀଙ୍କୁ ପୋଲିସ୍‍ ଗିରଫ କରିଛିା
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ (ଆଇଆଇପିଏଚ୍‍)ଦ୍ୱାରା ଓଡ଼ିଶା ସରକାରଙ୍କୁ ପ୍ରଦତ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ ଓଡ଼ିଶା ରାଜ୍ୟ ବର୍ତ୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ଅର୍ଥାତ୍‍ ତୃତୀୟ ପର୍ଯ୍ୟାୟକୁ ପ୍ରବେଶ କରିନାହିାଁ ଏପର୍ଯ୍ୟନ୍ତ ମିଳିଥିବା କୋଭିଡ୍‍-୧୯ ଦ୍ୱାରା ସଂକ୍ରମିତ ବ୍ୟକ୍ତିବିଶେଷଙ୍କର
ବାହାରକୁ ଗସ୍ତ ସମ୍ବନ୍ଧୀୟ ଇତିହାସ ରହିଛି ବା ସେମାନେ କୋଭିଡ୍‍-୧୯ ସଂକ୍ରମିତ ବ୍ୟକ୍ତିବିଶେଷଙ୍କ
“ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଛନ୍ତିା ଅବଶ୍ୟ ଭୁବନେଶ୍ୱରର କେତେକ ନିର୍ଦ୍ଦିଷ୍ଟ କ୍ଲଷ୍ଟରରେ ସ୍ଥାନୀୟ ସଂକ୍ରମଣ ହୋଇଛିା କରୋନା ସଂକ୍ରମଣ ପ୍ରବଣ ଅଞ୍ଚଳ ଭାବେ ଚିହ୍ନିତ ହୋଇଥିବା ସ୍ଥାନଗୁଡ଼ିକରେ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମକୁ ସକ୍ରିୟ କରାଯାଇଛି ଏବଂ ସଂପୃକ୍ତ ଅଞ୍ଚଳଗୁଡ଼ିକୁ ବ୍ୟାପକ ବିଶୋଧନ କରିବା ପ୍ରକି୍ରୟା ଜାରି ରହିଛିା
 ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୮୮୮ଟି ନମୁନା କୋଭିଡ୍‍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୯ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା
 କୋଭିଡ୍‍-୧୯ ପଜିଟିଭ୍‍ଙ୍କ ମଧ୍ୟରେ ଭୁବନେଶ୍ୱରରୁ ୩୧ ଜଣ, ଭଦ୍ରକରୁ ୩ ଜଣ ଓ କଟକ, କଳାହାଣ୍ଡି ଏବଂ ଯାଜପୁରରୁ ଜଣେ ଲେଖାଏଁ ଅନ୍ତର୍ଭୁକ୍ତା
 ଆଜି ୮୭ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‍ବାସରେ ଅଛନ୍ତିା

Leave A Reply

Your email address will not be published.