ପ୍ରଯୋଜନା ସଂସ୍ଥାର ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ
କରୋନା ଭାଇରସକୁ ଝିଅ ସହ ତୁଳନା କରି ମନୋରଂଜନ ଭାବେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
କଣ୍ଠଶିଳ୍ପୀ ହୁ୍ୟମାନ ସାଗର ମନୋରଂଜନ ନାଁରେ ଓଡିଶାର ନାରୀମାନଙ୍କୁ ଅସ୧ାନିତ କରିଛନ୍ତି
ବିଜେଡି ନାରୀଙ୍କୁ ସ୧ାନ ଦେବା ର କଥା କହୁଥିବାବେଳେ ତାଙ୍କ ସଦସ୍ୟ ନାରୀଙ୍କୁ ଅପମାନିତ କରିଚାଲିଛନ୍ତି
ଭୁବନେଶ୍ୱର,ତା. ୧୮/୦୩: କରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯାଇଛି । ସାରା ବିଶ୍ୱରେ ଏହି ଭାଇରାସ
ବ୍ୟାପିବାରେ ଲାଗିଛି । ୭ ହଜାରରୁ ଅଧିକ ଲୋକ କରୋନା ଭାଇରସ ଆକ୍ରାନ୍ତରେ ମୃତୁ୍ୟ ହେଲାଣି । କରୋନା କୁ କେନ୍ଦ୍ର ସରକାର
ରାଷ୍ଟ୍ରୀୟ ବିପର୍ଯ୍ୟୟ ଏବଂ ରାଜ୍ୟସରକାର ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । କରୋନା ଦ୍ୱାରା ଜୀବନ ପ୍ରତି ବିପଦ ଥିବାରୁ
ପ୍ରତିଦିନ ବିଭିନ୍ନ ସର୍ତକତା ମୂଳକ ପଦକ୍ଷେପ ନିଆଯାଉଛି ।
ଏଭଳି ସ୍ଥିତିରେ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏକ ମୁ୍ୟଜିକ
ଭିଡିଓ କଂପାନୀ କରୋନା ଭାଇରସକୁ ଝିଅ ସହ ତୁଳନା କରି ଗୀତ ପ୍ରସ୍ତୁତ କରି ଏହାକୁ ମନୋରଂଜନ ଭାବେ ବ୍ୟବହାର କରିବା
ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା । ଏଭଳି ଗୀତ ସମଗ୍ର ନାରୀ ଜାତିକୁ ଅପମାନିତ କରିଛି ବୋଲି ରାଜ୍ୟ ବିଜେପି
ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ପିଙ୍କି ପ୍ରଧାନ ଅଭିଯୋଗ କରିଛନ୍ତି ।
ଏବେ ସାରା ଦେଶ ଏବଂ ରାଜ୍ୟରେ କରୋନାକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଲୋକମାନଙ୍କୁ
ସଚେତନ କରାଯାଉଛି । ସ୍ୱଚ୍ଛ ରହିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଭଳି ଏକ ସମ୍ବେଦନଶୀଳ ସମୟରେ ଗୀତ ମାଧ୍ୟମରେ
କରୋନା ସଂର୍ପକରେ ଲୋକମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି । ହେଲେ ତାହା ନକରି କଣ୍ଠଶିଳ୍ପୀ ହୁ୍ୟମାନ ସାଗର
ମନୋରଂଜନ ନାଁରେ ଓଡିଶାର ନାରୀମାନଙ୍କୁ ଅସ୧ାନିତ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି ।
କଣ୍ଠଶିଳ୍ପୀ ହୁ୍ୟମାନ ସାଗର ଶାସକ ବିଜେଡି ଦଳର ଜଣେ ସଦସ୍ୟ ଅଟନ୍ତି । ବିଜେଡି ନାରୀଙ୍କୁ ସ୧ାନ ଦେବା ର କଥା
କହୁଥିବାବେଳେ ତାଙ୍କ ସଦସ୍ୟ ନାରୀଙ୍କୁ ଅପମାନିତ କରିଚାଲିଛନ୍ତି ।
ଏଭଳି ସ୍ଥିତିରେ ବିଜେଡି କଣ ପାଇଁ ଚୁପ୍ ରହିଛି ? କାହିଁକି ତାଙ୍କ
ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ପୂରା ଓଡିଶାବାସୀଙ୍କୁ କରୋନା ସଂପର୍କରେ ସଚେତନ କରାଉଥିବା ଶାସକ
ବିଜେଡି ପ୍ରଥମେ ତାଙ୍କ ସଦସ୍ୟମାନଙ୍କୁ ସଚେତନ କରାନ୍ତୁ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି ।
ପୂର୍ବରୁ ହୁ୍ୟମାନ ସାଗର ଗୋପାଳପୁର ବେଳାଭୂମି ମହୋତ୍ସବ ଏବଂ ରଣପୂର ମହୋତ୍ସବ ଠାରେ ସରକାରୀ କାର୍ଯ୍ୟକ୍ରମରେ
ବିଜେଡିର ଦଳୀୟ ଗାତ ଗାଇଥିଲେ । ସରକାରୀ ଅର୍ଥରେ ହେଉଥିବା ମହୋତ୍ସବ ମାନଙ୍କରେ ଦଳୀୟ ଗୀତ ଗାଇ ସେ ବିଜେଡି ପାଇଁ
ପ୍ରଚାର କରୁଥିଲେ । ସେଥିପାଇଁ ବୋଧେ ବିଜେଡି ଆଜି ଚୁପ୍ ରହିଛି । ହୁ୍ୟମାନ ସାଗର ଏବଂ ତାଙ୍କ ଟିମ୍ ନାରୀମାନଙ୍କୁ ଏକ ବିପତି
ସହ ତୁଳନା କରି ସେମାନଙ୍କୁ ଅପମାନିତ କରିଛନ୍ତି । ସେ କାହିଁକି ଏପରି କରିଛନ୍ତି ସେ ସ୍ପଷ୍ଟ କରିବା ଦରକାର । ଏହା ସହ ସେ
ସର୍ବସ୧ୁଖରେ କ୍ଷମା ମାଗନ୍ତୁ ବୋଲି ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି ।
‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତକୁ ପ୍ରସ୍ତୁତ କରିଥିବା ପ୍ରଯୋଜନ ସଂସ୍ଥା, ସଂଗୀତ ନିଦେ୍ର୍ଦଶକ, ଗୀତିକାରଙ୍କ
ବିରୁଦ୍ଧରେ ରାଜ୍ୟସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଗୀତକୁ ବ୍ୟାନ କରନ୍ତୁ । ସୋସିଆଲ ମିଡିଆରେ କରୋନା ସମ୍ବନ୍ଧରେ
ଅପପ୍ରଚାର କରୁଥିବା ଅଭିଯୁକ୍ତମାନଙ୍କୁ ଯଦି ପୋଲିସ ଗିରଫ କରୁଛି ତେବେ ଏଭଳି ଏକ ଅଶ୍ଳିଳ ଗୀତ କରିଥିବା ପ୍ରଯୋଜନା ସଂସ୍ଥାର
ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି । ଏହି ଅବସରରେ ପ୍ରକୋଷ୍ଠର ସହ ସଂଯୋଜର ସଂଜୀବ
କୁମାର ମିଶ୍ର ଉପସ୍ଥିତ ଥିଲେ ।