Odisha news

ଆଜି ହଟିବ କଟକଣା: ଶ୍ରୀମନ୍ଦିର ପ୍ରଶାସନ ଆସନ୍ତାକାଲି ୟେସ୍ ବ୍ୟାଙ୍କରୁ ଉଠାଇବ ୩୮୯ କୋଟି

0

ପୁରୀ: ଆସନ୍ତାକାଲି ୟେସ୍ ବ୍ୟାଙ୍କରେ ଜମାଥିବା ଅର୍ଥରୁ  ଶ୍ରୀମନ୍ଦିର ଆକାଉଟାଣ୍ଟକୁ ଫେରିବ ୩୮୯ କୋଟି ଟଙ୍କା। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୟେସ୍ ଵ୍ୟାଙ୍କକୁ ଉଠାଣ ପାଇଁ ଫର୍ମ ଦାଖଲ କରାଯାଇଛି। ଆଜି ସଂଧ୍ୟାରେ ୟେସ୍ ବ୍ୟାଙ୍କରୁ ଉଠିବ କଟକଣା। ଏହାପରେ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିରର ଜମାଥିବା ୩୮୯ କୋଟି ଟଙ୍କା ଉଠିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା। ଚଳିତ ୩୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଉଠିବ ବୋଲି ସୂଚନା ଦିଆଯାଇଛି।

ବୁଧବାର ସନ୍ଧ୍ୟା ୬ଟାରେ ୟେସ୍‌ ବ୍ୟାଙ୍କ ଉପରେ ଲଗାଯାଇଥିବା କଟକଣାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ହଟାଇ ନେବ। ଏଥିସହିତ ବ୍ୟାଙ୍କ କାରବାର ସ୍ବାଭାବିତ ହୋଇଯିବ। ୟେସ୍‌ ବ୍ୟାଙ୍କରେ ଗ୍ରାହକମାନେ ପୂର୍ବଭଳି ସବୁ ପ୍ରକାର କାରବାର କରିପାରିବେ। ୟେସ୍ ବ୍ୟାଙ୍କର ପ୍ରଶାସକ ପ୍ରଶାନ୍ତ କୁମାର କହିଛନ୍ତି, ବ୍ୟାଙ୍କରେ ନଗଦ ଅର୍ଥରାଶିର କୌଣସି ଅଭାବ ନାହିଁ। ବ୍ୟାଙ୍କର ସମସ୍ତ ଶାଖା ଓ ଏଟିଏମ୍‌ଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ନଗଦ ରାଶି ଯୋଗାଇ ଦିଆଯିବ। ଗ୍ରାହକମାନେ ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌, ଆଇଏମ୍‌ପିଏସ୍‌ ଆଦି ସେବା ପାଇପାରିବେ। ବିଗତ ତିନି ଦିନରେ ୟେସ୍‌ ବ୍ୟାଙ୍କରୁ କମ୍ ଟଙ୍କା ଉଠାଯାଇଥିବା ବେଳେ ଅଧିକ ଟଙ୍କା ଆସିଛି।

Leave A Reply