ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ୱୀକାର କରିବାକୁ ପଡିବ , ଏହା ବୋଧହୁଏ ମହାପ୍ରଭୁଙ୍କ ଇଚ୍ଛା : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି
ଭୁବନେଶ୍ୱର,ତା.୧୮/୦୬: ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଥିବା ବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ୱୀକାର କରିବାକୁ ପଡିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଦେଶ କରୋନା ମହାମାରୀର ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି । ମନନମାନିଲେ ବି ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ୱୀକାର କରିବାକୁ ପଡିବ । ଏହା ବୋଧହୁଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।