Odisha news

ଭାରତୀୟ ରେଲୱେ ଚୀନ୍ କମ୍ପାନୀ ସହ ଚୁକ୍ତି ବାତିଲ କଲା

0

ନୂଆଦିଲ୍ଲୀ: ଲଦାଖର ଗଲୱାନ୍ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତରେ ଏବେ ଚୀନ୍ ବିରୋଧୀ ସ୍ୱର ତେଜିବାରେ ଲାଗିଛି। ଏପରିକି କେନ୍ଦ୍ର ସରକାର ମଧ୍ୟ ଚୀନ ବିରୋଧରେ ଏବେଠାରୁ ବୟକଟ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଥମେ ବିଏସଏନଏଲ୍ ଏବଂ ଏବେ ଭାରତୀୟ ରେଲୱେ ଚାଇନା ବିରୋଧରେ ବଡ଼ ପଦକ୍ଷେପ ଉଠାଇଛି।

ଭାରତୀୟ ରେଲୱେର ଡେଡିକେଟେଡ୍ ଫ୍ରିଟ୍ କରିଡର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଡିଏଫସିସିଆଇଏଲ୍), ବେଜିଂ ନ୍ୟାଶନାଲ୍ ରେଲୱେ ରିସର୍ଚ୍ଚ ଆଣ୍ଡ ଡିଜାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସିଗନାଲ୍ ଆଣ୍ଡ କମ୍ୟୁନିକେଶନ୍ ଗ୍ରୁପ୍ ସହ ଯେଉଁ ଚୁକ୍ତି କରିଥିଲା, ତାକୁ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛି। ଏହି ପ୍ରୋଜେକ୍ଟ ଅନୁଯାୟୀ, ଉତ୍ତର ପ୍ରଦେଶର କାନପୁରଠାରୁ ଦିନଦୟାଲ୍ ଉପାଧ୍ୟାୟ ନଗର (ମୋଗଲ୍ ସରାଇ) ମଧ୍ୟରେ ପ୍ରାୟ ୪୧୭ କିଲୋମିଟର ସିଗ୍ନାଲିଂ ଓ ଟେଲିକମ୍ ପାଇଁ ଭାରତୀୟ ରେଲୱେ ଚାଇନା କମ୍ପାନୀ ସହ ୪୭୧ କୋଟି ଟଙ୍କାର ଡିଲ୍ କରିଥିଲା।

ସୂଚନାଯୋଗ୍ୟ, ପୂର୍ବ ଲଦାଖରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଦେଶରେ ଚୀନ୍ ଉତ୍ପାଦନକୁ ବହିଷ୍କାର କରିବା ଦାବି ଜୋର୍ ହେବାର ଲାଗିଛି। ଲଦାଖରେ ହୋଇଥିବା ସଂଘର୍ଷରେ ଭାରତର ୨୦ଜଣ ଯବାନ୍ ସହିଦ୍ ହୋଇଥିବା ବେଳେ ଚୀନର ୪୫ଜଣ ସେନା ମୃତ୍ୟୁବରଣ କରିଛନ୍ତି। ଏହା ପୂର୍ବରୁ ଭାରତର ଦୂରସଞ୍ଚାର ନିଗମ ବିଭାଗ ବିଏସଏନଏଲସର ୪-ଜି ଉପକରଣକୁ ଅପଗ୍ରେଡ୍ କରିବା ପାଇଁ ଚୀନ୍ ସାମଗ୍ରୀର ବ୍ୟବହାର କରିବା ନେଇ ଯେଉଁ ନିଷ୍ପତ୍ତି ନେଇଥିଲା, ତାକୁ ବାତିଲ୍ କରିଥିଲା।

Leave A Reply