Odisha news

ଭଦ୍ରକ ବନ୍ତଛକରେ ପାଗିଳୀର ପ୍ରସବ ଜିଲ୍ଲା ହସ୍ପିଟାଲରୁ ନବଜାତ ପୁତ୍ରକୁ ଛାଡି ମାଆ ଗାୟବ

0

ଭଦ୍ରକ:ମାନବିକତା ହଜିଯାଇଛି । ଜଣେ ପାଗଳୀ(ମାନସିକ ବିକୃତ) ମହିଳା ଭଦ୍ରକ ସହରର ବନ୍ତଛକ ରାସ୍ତା କଡରେ ଏକ ଶିଶୁପୁତ୍ର ଜନ୍ମ କରିବା ଓ ମା’ଛୁଆଙ୍କୁ ମେହିକାଲରେ ଭର୍ତି କରାଯିବା ପରେ ଛୁଆକୁ ଛାଡି ମା ପୁଣି ନିଖୋଜ ହୋଇଯିବା ଘଟଣା ଭଦ୍ରକ ସ÷ହରରେ ଆଜି ଚର୍ଚାର ବିଷୟ ହୋଇଛି । ଗତ କିଛିଦିନ ହେବ ସହରର ବନ୍ତଛକ ଅଞ୍ଚଳରେ ବୁଲାବୁଲି କରୁଥିବା ଜଣେ ମାନସିକ ବିକୃତ ଗର୍ଭବତୀ ମହିଳା ଶୁକ୍ରବାର ମଧ୍ୟରାତିରେ ସହରର ବନ୍ତଛକ ବସଷ୍ଟାଣ୍ଡ ନିକଟରେ ରାସ୍ତାକଡରେ ଚିକ୍ରାର କରିଥିଲେ । ମହିଳାଙ୍କ ଅବସ୍ଥା ଦେଖି କିଛି ଲୋକ ରୁଣ୍ଡ ହେବା ପରେ ପାଖ ବସ୍ତିର କିଛି ମହିଳାଙ୍କୁ ଡାକି ଆଣିଥିଲେ । ପରେ ବନ୍ତଛକର ଏକ ଅସ୍ଥାୟୀ ଛପର ତଳେ ମହିଳା ଜଣଙ୍କ ଏକ ପୁତ୍ର ଜନ୍ମ ଦେଇଥିଲେ ।

ଏହାପରେ ସାମାଜିକ ସଂଗଠନ ଭଗତସେନାର ସଦସ୍ୟମାନେ ଘଟଣାସ୍ଥଳରେ ପହଂଚି ଆମ୍ବୁଲାନସ ସହାୟତାରେ ମା’ ଓ ଶିଶୁକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ତେବେ ଅଧରାତିରେ ମଧ୍ୟରାତ୍ରରେ ମହିଳାଙ୍କ ପ୍ରସବ କରାଇବାରେ ତିନିଜଣ ମହିଳା ମୁଖ୍ୟ ଭୂମିକା ନିଭାଇଥିଲେ । ପାଖବସ୍ତିର ମଂଜୁ ବେହେରା, ସୁକାନ୍ତି ବାରିକ ଓ ତାରା ସାହାଣି ଧାଇ ସାଜି ମହିଳାଙ୍କ ପ୍ରବସ କରାଇବା ସହ ଘରୁ ଗରମ ପାଣି ଆଣିବା, ପିଲାକୁ ପୋଛିଦେବା, ମା’ର ସେବା ଦାୟିତ୍ୱ ତୁଲାଇଥିଲେ । ଲମାନେ ସେବା ସୁଶ୍ରୁଷା କରିବାର କିଛି ସମୟ ପରେ ଖବର ପାଇ ଭଗତ ସେନାର ସଦସ୍ୟମାନେ ପହଂଚି ଆମ୍ବୁଲାନସ ଡାକି ମହିଳା ଓ ଶିଶୁକୁ ଭଦ୍ରକ ମେଡିକାଲରେ ପହଂଚାଇବାର ବ୍ୟବସ୍ଥା କରାଇଥିଲେ ।

ପରେ ସକାଳୁ ଏକ ଘରୋଇ ଶିଶୁରୋଗ ବିଶେଷଜ୍ଞଙ୍କ ସହାୟତାରେ ଶିଶୁର ଚିକିତ୍ସା କରିଥିବା ବେଳେ ଉକ୍ତ ମହିଳା ମେଡିକାଲରୁ କୁଆଡେ ନିଖୋଜ ହୋଇଯାଇଛନ୍ତି । ତେବେ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଶିଶୁର ଯତ୍ନ ନିଆଯିବାର ବ୍ୟବସ୍ଥା ହୋଇଛି । ଶିଶୁକୁ ଏବେ ମଡେିକାଲର ନବଜାତକଙ୍କ ୱାର୍ଡରେ ଚିକିତ୍ସା କରାଯାଉଛି ଓ ଆଗକୁ ତାକୁ ବାତ୍ସଲ୍ୟରେ ଆଶ୍ରୟ ଦିଆଯିବ ବୋଲି କହିଛନ୍ତି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସୁଦର୍ଶନ ବାରିକ । ପୂର୍ବରୁ ଟ୍ୱିଟର ଜରିଆରେ ପ୍ରାଶାସନକୁ ଉକ୍ତ ଆସନ୍ନ ପ୍ରସବା ମହିଳାଙ୍କ ବାବଦରେ ଅବଗତ କରାଯିବା ପରେ ମଧ୍ୟ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇନଥିଲା । ସେହିଭଳି ଜିଲ୍ଲା ହସ୍ପିଟାଲରୁ ପୁତ୍ର ସନ୍ତାନକୁ ପ୍ରସବ ପରେ ପାଗଳୀ ଉଭାନ୍ ହେବା ଘଟଣା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳାକୁ ପଦାରେ ପକାଇଛି ।

Leave A Reply