Odisha news

ଜାଗାବାଡ଼ି ଗଣ୍ଡଗୋଳ ଘଟଣାରୁ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

0

ବାଲେଶ୍ୱର-ବାଲେଶ୍ୱର ସହରର ନୂଆବଜାର ଠାରେ ଥିବା ଏକ ବିବାଦୀୟ ଜାଗାକୁ ନେଇ କୋର୍ଟରେ ମାମଲା ବିଚାରାଧିନ ଥିବା ବେଳେ ମାନ୍ୟବର କୋର୍ଟ ଏହି ଜାଗା ଉପରେ ସ୍ଥିତାବସ୍ଥା ବଜାଇ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏପରିସ୍ଥଳେ ଆଜି ଅପରାହ୍ନରେ ଆଜିମାବାଦ୍‍ ଅଞ୍ଚଳର ସୀତାରାମ ତିଓ୍ୱାରୀଙ୍କ ପୁତ୍ର ପରମେଶ୍ୱର ତିଓ୍ୱାରୀ ତାଙ୍କ ପୁତ୍ର ବିଶେଷ ତିଓ୍ୱାରୀ ଓରଫ ରାଜ କେତେକ ଅସାମାଜିକ ଲୋକମାନଙ୍କୁ ନେଇ ନୂଆବଜାରସ୍ଥିତ ପପୁଲାର ଚିକେନ୍‍ ସେଣ୍ଟରରେ ପହଞ୍ଚି ସେଠାରେ ବ୍ୟବସାୟ କରୁଥିବା ହରିଚନ୍ଦନ ତିଓ୍ୱାରୀଙ୍କ ପନିୀ ସ୍ନେହଲତା ତିଓ୍ୱାରୀ(୫୦)ଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଟଣାଓଟରା କରି ଦୋକନରେ ପଶି ଭଙ୍ଗାରୁଜା କରିଥିଲେ ।

ସ୍ନେହଲତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ବ୍ୟବସାୟୀ ମାନଙ୍କ ସମେତ ପଥଚାରୀମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଯିବାରୁ ମୁଦାଲାମାନେ ସ୍ନେହଲତାଙ୍କୁ ଧମକ ଦେଇ ଘଟଣାସ୍ଥଳରୁ ପଳାଇଯାଇଥିଲେ । ଘଟଣାସମ୍ପର୍କରେ ସ୍ନେହଲତା ତିଓ୍ୱାରୀ ସହଦେବଖୁଣ୍ଟା ଥାନାରେ ଏକ ଅଭିଯୋଗ ପତ୍ର ଦାଖଲ କରିବା ସହ ନ୍ୟାୟ ପ୍ରାର୍ଥୀ ହୋଇଥିବା ବେଳେ ପ୍ରତିପକ୍ଷ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।

ଏହି ସମ୍ବାଦ ଲେଖାଯିବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇନାହିଁ । ଏଠାରେ ଉଲ୍ଲେଖଯୋଗ୍ୟଯେ ଏହି ଜାଗାବାଡ଼ି ବିବାଦକୁ ନେଇ ବାଲେଶ୍ୱର ଅତିରିକ୍ତ ସିଭିଲ୍‍ ଜଜ୍‍ଙ୍କ ଅଦାଲତରେ କେଶ୍‍ ନମ୍ବର ୭୦୭/୧୨ ଏବଂ ମିଶ୍‍କେଶ୍‍ ନମ୍ବର ୨୨୩/୨୦୧୩ ରୁଜୁ ହୋଇଥିବା ବେଳେ ମାନ୍ୟବର କୋର୍ଟ ଗତ ୨/୪/୨୦୧୩ ତାରିଖରେ ଷ୍ଟାଟସକୋ ଅର୍ଡର ଜାରି କରିଥିବା ଜଣାଯାଏ ।

Leave A Reply

Your email address will not be published.