Odisha news

ଆଇନଜୀବୀ ଗୁରୁପ୍ରସାଦ ମହାନ୍ତିଙ୍କ ବିୟୋଗ

0

ଭଦ୍ରକ :ଆଇନଜୀବୀ, ଜଣାଶୁଣା ବ୍ୟବସାୟୀ ଗୁରୁପ୍ରସାଦ ମହାନ୍ତିଙ୍କର ଆଜି ପରଲୋକ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୫୬ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ମହାନ୍ତି ଭଦ୍ରକ ବ୍ଲକ ମଉଦା ଗାଁର ସ୍ୱର୍ଗତଃ ବୈଷ୍ଣବ ଚରଣ ମହାନ୍ତିଙ୍କ ପୁତ୍ର । ତେବେ ତାଙ୍କ ମୃତୁ୍ୟ କରୋନା ଜନିତ ବୋଲି କୁହାଯାଉଥିଲେ ହେଁ ଏ ଯାଏ ସରକାରୀ ସ୍ତରରେ ତାହା ଘୋଷଣା ହୋଇନାହିଁ । ସୂଚନା ଯୋଗ୍ୟ ଯେ, ପ୍ରାୟ ୬ ମାସ ତଳେ ସ୍ୱର୍ଗତଃ ମହାନ୍ତିଙ୍କ ଏକମାତ୍ର ପୁତ୍ର ଦୁର୍ଘଟଣାରେ ପ୍ରାଣ ହରାଇଥିଲା ।

ସ୍ୱର୍ଗତଃ ମହାନ୍ତିଙ୍କ ବିୟାଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଭଦ୍ରକ ଓକିଲ ସଂଘ ପକ୍ଷରୁ ସଭାପତି ଦିଲିପ ମହାପାତ୍ର, ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁରଙ୍କ ସମେତ ବହୁ ଆଇନଜୀବୀ ଶୋକ ପ୍ରକାଶ କରିଛନ୍ତି । ସେହିଭଳି ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ, ସୁଧାକର ରାଉତ, ପିସିସି ସମ୍ପାଦକ ଦେବରୂପ ମହାନ୍ତି, ସମାଜସେବୀ ଅଶୋକ ମହାନ୍ତି ଓ ସୁରେଶ ମହାନ୍ତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତଃ ମହାନ୍ତି ଭଦ୍ରକର ଏକାଧିକ ଜାତୀୟକରଣ ବ୍ୟାଙ୍କର ଆଇନଜୀବୀ ଭାବେ କାର୍ଯ୍ୟ କରିବା ସହ ବିିଭିନ୍ନ ବ୍ୟବସାୟ ସଂସ୍ଥା ସହ ସଂପୃକ୍ତ ଥିଲେ

Leave A Reply