Odisha news

ଭଦ୍ରକ ଜିଲ୍ଲା : ୧୨୩ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୩୮୮୮

0

ଭଦ୍ରକ :ଭଦ୍ରକ ଜିଲ୍ଲାରୁ ଆଜି ଆଉ ୧୨୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮୮୮ରେ ପହଞ୍ଚିଛି । ମୋଟ ୬୨ ହଜାର ୪୨୪ଜଣଙ୍କ ନମୁନା ପରୀକ୍ଷା ପରେ ଏହି ସଂଖ୍ୟକ ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି । ଗତକାଲି ୫୪ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୯୬୭ ହୋଇଛି ।

ଏବେ ଆଉ ୯୧୧ ଜଣ ଆକ୍ରାନ୍ତ ଆକଫିଭ କେଶ ଭାବେ ଚିିକିତ୍ସାଧୀନ ଅଛନ୍ତି । ଆଜି ଚିିହ୍ନଟ ୧୨୩ଜଣଙ୍କ ମଧ୍ୟରେ ବାସୁଦେବପୁର ବ୍ଳକରୁ ୨୧ଜଣ, ବାସୁଦେବପୁର ପୌରପାଳିକାରୁ ୫ଜଣ, ଭଦ୍ରକ ବ୍ଲକରୁ ୧୬ଜଣ, ଭଦ୍ରକ ପୌରପାଳିକାରୁ ୧୯ଜଣ, ବନ୍ତ ବ୍ଳକରୁ ଜଣେ, ଭଣ୍ଡାରିପୋଖରୀ ବ୍ଳକରୁ ୯ଜଣ, ଚାନ୍ଦବାଲି ବ୍ଲକରୁ ୯ଜଣ ଚାନ୍ଦବାଲି ଏନ୍‍ଏସିରୁ ୧୭ଜଣ, ଧାମନଗର ବ୍ଳକରୁ ୫ଜଣ, ତିହିଡି ବ୍ଲକରୁ ୨୦ଜଣ ଏବଂ ଅନ୍ୟ ଜିଲ୍ଳାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply