Odisha news

ରଘୁନାଥ ଉଚ୍ଚ ବିଦ୍ୟାଳୟରେ ବାଲ୍ୟ ବିବାହ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

0
ବେତନଟୀ : ବେତନଟୀ ବ୍ଲକ ଅନ୍ତର୍ଗତ ଅଁଳା ଗ୍ରାମ ପଞ୍ଚାୟତ ଅଧୀନ ରାଇକମା ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରଧାନ ଶିକ୍ଷକ ଶ୍ରୀ ଅଜିତ କୁମାର ଜେନା ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସଂଗଠନ “ସହେଲୀ” ର ସ୍ୱେଚ୍ଛାସେବୀ ଗଣ ଯୋଗଦାନ କରି ବାଲ୍ୟ ବିବାହ ର କୁ ପରିଣାମ ଓ ଏଥି ନିମନ୍ତେ କଣ ଆଇନ ବ୍ୟବସ୍ଥା ରହିଛି, ସେ ସମ୍ୱନ୍ଧରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଓ ସଚେତନ କରାଇଥିଲେ। କୋମଳମତି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପରିସ୍ଥିତିରେ ଅଳ୍ପ ବୟସରେ ବାଲ୍ୟ ବିବାହ କରି କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମ୍ୱନ୍ଧରେ ସହେଲି ର ସ୍ବେଚ୍ଛାସେବୀ ଶ୍ରଦ୍ଧାଞ୍ଜଳୀ ଟୁଡୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ବାଲ୍ୟ ବିବାହ ସଚେତନତା ପାଇଁ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଏହି କର୍ଯ୍ୟକ୍ରମରେ  ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ନିରଞ୍ଜନ ବାରିକ, ପ୍ରଫୁଲ୍ଲ କୁମାର ମିଶ୍ର, ବଂଶୀଧର ଗିରି, ହରେକୃଷ୍ଣ ମହାନ୍ତ,ଶୁଭାଶିଷ ପଣ୍ଡା ଓ ଉପେନ୍ଦ୍ର ମହାନ୍ତ ପ୍ରମୁଖ ଯୋଗ ଦେଇ ବାଲ୍ୟ ବିବାହ ନିରୋଧ ଆଇନ ବ୍ୟବସ୍ଥା ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥଲେ। ଆଗାମୀ ଦିନରେ ଏହି ବାଲ୍ୟ ବିବାହ ପ୍ରଥା ବିରୁଦ୍ଧରେ କିପରି ଜନ ସାଧାରଣ ଅଧିକ ରୁ ଅଧିକ ସଚେତନ ହୋଇପାରିବେ ସେଥିପ୍ରତି ଯତ୍ନବାନ୍ ହେବାକୁ ପରାମର୍ଶ ଦିଆଯାଇଥିଲା।ବିଦ୍ୟାଳୟର ଶିକ୍ଷକ ଶ୍ରୀ ନିରଞ୍ଜନ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Govt
Leave A Reply