Odisha news

ଯୁଗୁପୁରା ଓ ବେତନଟୀ ଷ୍ଟେସନରେ ନୂତନ ପ୍ରକଳ୍ପ ପାଇଁ ରେଳମନ୍ତ୍ରୀଙ୍କ ସହମତି

0
ବେତନଟୀ : ଦକ୍ଷିଣ-ପୂର୍ବ ରେଳ ପଥର ରୂପସା ଜଂ ରୁ ବାଙ୍ଗିରିପୋଷି ମଧ୍ୟରେ ଯୁଗୁପୁରା ଓ  ବେତନଟୀ ରେଳ ଷ୍ଟେସନରେ ରେଳଯାତ୍ରୀ ତଥା ଜନ ସାଧାରଣ ଙ୍କ ସୁବିଧା ପାଇଁ କେତୋଟି ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଙ୍କ ସହମତି ମିଳିଥିବା ଜଣାଯାଇଛି। ଏହି ସବୁ ଦାବି ଗୁଡ଼ିକ ଉପସ୍ଥାପନ କରିବା ପାଇଁ ଏକ ପ୍ରତିନିଧି ଦଳରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବ୍ରଜ ମୋହନ ବେହେରା, ବିଜେପି କର୍ମକର୍ତ୍ତା ରତିକାନ୍ତ ମହାନ୍ତ ଏବଂ ରାଜ କିଶୋର ଶାହା  ଦିଲ୍ଲୀରେ ପହଞ୍ଚି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ ସହ ଆଜି ଶୁକ୍ରବାର ଅପରାହ୍ନରେ  ମାନ୍ୟବର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ନିକଟକୁ ଯାଇ ଦାବି ପତ୍ର ପ୍ରଦାନ କରିଥିଲେ। ରେଳମନ୍ତ୍ରୀ ତାହା ଗ୍ରହଣ କରିବା ସହ ଯଥାଶୀଘ୍ର କରାଯିବାର ପ୍ରତିଶୃତି ଦେଇଥିଲେ। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଯୁଗୁପୁରା ରେଳ ଷ୍ଟେସନ ନିକଟରେ  ଈଶାଣପୁର ଅଣ୍ଡରପାସ, ବେତନଟୀ ରେଳ ଷ୍ଟେସନ ନିକଟରେ ଆନନ୍ଦବଜାର କୁ ଅଣ୍ଡରପାସ, ବେତନଟୀ ଷ୍ଟେସନର ଉନ୍ନତିକରଣ ତଥା କମ୍ପ୍ୟୁଟରାଇଜ୍ଡ ଟିକଟ ସଂରକ୍ଷଣ ବ୍ୟବସ୍ଥାକୁ ଯଥାଶୀଘ୍ର କରାଯିବା ନେଇ ସହମତି ଜଣାଇଥିଲେ। ଏଥି ସହିତ ଯୁଗୁପୁରା ରେଳ ଷ୍ଟେସନରେ ଭଞ୍ଜପୁର-ପୁରୀ ରେଳ ରହଣି ପାଇଁ ଥିବା ଦୀର୍ଘ ଦିନର ଦାବି କୁ ଆସନ୍ତା ଅକ୍ଟୋବର ମାସ ଠାରୁ କାର୍ଯ୍ୟକାରୀ କରାଯିବାର ରେଳମନ୍ତ୍ରୀ ପ୍ରତିଶୃତି ଦେଇଥିଲେ।

Leave A Reply