ବଡସାହି ବିଧାୟକଙ୍କ ହାତପାଣ୍ଠି ରୁ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନରେ ନଡପୁର ଶିଶୁ ବିଦ୍ୟାମନ୍ଦିର ର ଏକ ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ
ବେତନଟୀ : ବୈଶିଙ୍ଗା ଥାନା ଅନ୍ତର୍ଗତ ନଡପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଧାୟକଙ୍କ ହାତପାଣ୍ଠି ରୁ ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇ ଏକ ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ କରାଯାଇଛି। ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଯୋଗୁଁ ଆଜି ବଡ଼ସାହି ବିଧାୟକ ସନାତନ ବିଜୁଳି ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଫିତା କାଟି ଏହାର ଲୋକାର୍ପଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଗୁରୁମା ସୁଲୋଚନା ଚୌଧୁରୀ ଙ୍କ ସଂଯୋଜନା ରେ ଆୟୋଜିତ ଉଦଘାଟନ ଉତ୍ସବରେ ମୂଖ୍ୟ ଅତିଥି ରୂପେ ବଡ଼ସାହି ବିଧାୟକ ଯୋଗଦେଇ ଥିବା ବେଳେ ପରିଚାଳନା କମିଟିର ସଭାପତି ଦୁର୍ଯ୍ୟୋଧନ ପାତ୍ର , ସମ୍ପାଦକ ଯତୀନ ପାତ୍ର , ଗୁରୁଜୀ ଲମ୍ବୋଦର କବାଟ , ସଚିନ୍ ବିଶ୍ବାଳ ଙ୍କ ସହ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଗ୍ରାମବାସୀ ଯୋଗଦେଇ ଶିଶୁ ମନ୍ଦିର ଗୁଡ଼ିକୁ ସରକାରୀ ସହାୟତା ମିଳୁନଥିବାରୁ ସ୍ମାର୍ଟ ଶ୍ରେଣୀଗୃହ ବିଦ୍ୟାର୍ଥୀଙ୍କ ପାଇଁ ସାତସପନ ପାଲଟିଥିବା ପରିପ୍ରେକ୍ଷୀରେ ବିଧାୟକ ଙ୍କ ସହଯୋଗ ଯୋଗୁଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହା ଦ୍ଵାରା ସରସ୍ଵତୀ ଶିଶୁ ମନ୍ଦିରରେ ଅଧ୍ଯୟନ ରତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉନ୍ନତ୍ତ ମାନର ଶିକ୍ଷା ପ୍ରଦାନ ହୋଇ ପାରିବ ବୋଲି ପ୍ରଧାନ ଗୁରୁମା ପ୍ରକାଶ କରିଛନ୍ତି।