ଦଶପଲ୍ଲା ୨୨/୯ : ଦଶପଲ୍ଲା ବ୍ଲକ ଟାକେରା ପଂଚାୟତ ଝିଣ୍ଟିକାବାରି ବିସ୍ଥାପିତ ଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି । ଖୋର୍ଧା-ବଲାଙ୍ଗୀର ରେଳ ଧାରଣା ପାଇଁ ନିଜର ଭିଟାମାଟି ହରାଇଥିବା ଏହି ଗ୍ରାମର ୧୩ ଦଳିତ ପରିବାର କୁ ଦଶପଲ୍ଲା ତହସିଲ ପକ୍ଷରୁ ଜାଗା ଚିହ୍ନଟ କରି ପ୍ରଦାନ କରାଯାଇଥିବା ବେଳେ ଯାଗାର ସତ୍ୱ ଅର୍ଥାତ ଯାଗା ପଟ୍ଟା ପ୍ରଦାନ କରାଯାଇ ନାହିଁ । ଦୀର୍ଘଦିନ ଧରି ଏହି ଗ୍ରାମର ବିସ୍ଥାପିତ ମାନେ ଦଶପଲ୍ଲା ତହସିଲ ଅଫିସ ରୁ ନୟାଗଡ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଦୌଡୁ ଥିଲେ ମଧ୍ୟ ମିଳୁନି ସୁଫଳ । ଅନ୍ୟ ପାର୍ଶ୍ୱରେ ପୂର୍ବରୁ ବିସ୍ଥାପିତ ପରିବାର କୁ ଯେଉଁ ଜାଗା ଚିହ୍ନଟ କରି ଦଶପଲ୍ଲା ତହସିଲ କାର୍ଯ୍ୟାଳୟ ପକ୍ଷ ରୁ ଦିଆଯାଇଥିଲା ଏବେ ସେହି ସ୍ଥାନର ପଟ୍ଟା ଦିଆ ନଯାଇ ଉଠାଇଦିଆଯିବା ପାଇଁ ମିଳୁଛି ଧମକ । ସୂଚନା ଯୋଗ୍ୟଯେ, ଖୋର୍ଧା – ବଲାଙ୍ଗୀର ରେଳ ଧାରଣା ନିର୍ମାଣ ପାଇଁ ୨୦୧୮ ମସିହାରେ ଝିଣ୍ଟିକାବାରି ଗ୍ରାମବାସୀ ଙ୍କୁ ଉଛେଦ ପାଇଁ ନୋଟିସ ହୋଇଥିଲା । ପରେ ଏହି ଗ୍ରାମର ଗ୍ରାମବାସୀ ଙ୍କୁ ଉଛେଦ କରାଯାଇ ୨୦୨୨ ମସିହାରେ ବିସ୍ଥାପିତ ଙ୍କୁ ମୌଜ଼ା ଝିଣ୍ଟିକାବାରି ଖାତା ନଂ- ୨ ପ୍ଲଟ ନଂ ୨୧ ରେ ଥିବା ଯାଗା ମଧ୍ୟରୁ ପ୍ରତ୍ୟକ ପରିବାର କୁ ୧୦ ଡ଼ିସିମିଲ ଜାଗା ଚିହ୍ନଟ କରି ପ୍ରଦାନ କରାଯାଇଥିଲା । ଦଶପଲ୍ଲା ତହସିଲଦାର ଓ ଜମି ଅଧିଗ୍ରହଣ ଅଧିକାରୀ ଙ୍କ ଉପସ୍ଥିତି ରେ ଜାଗା ଚିହ୍ନଟ କରି ଝିଣ୍ଟିକାବାରି ବିସ୍ଥାପିତ ଙ୍କୁ ଏହି ଜାଗା ଦିଆଯିବା ସହ ଘର ନିର୍ମାଣ ପାଇଁ କୁହାଯାଇଥିଲା । ଜାଗା ଚିହ୍ନଟ ପାଇବା ପରେ ବିସ୍ଥାପିତ ମାନେ ପାଇଥିବା ଅର୍ଥ ରେ ଘର ନିର୍ମାଣ କରିଥିଲେ । ଅର୍ଥ ଅଭାବ ରୁ ଘର ଗୁଡିକ ଅସମ୍ପୂର୍ଣ ହୋଇ ପଡି ରହିଥିବା ବେଳେ ପୁରୁଣା ଘରେ ଜରିପାଲ ଟାଣି ରହୁଛନ୍ତି ବିସ୍ଥାପିତ । ଏବେ ରେଳ ଧାରଣା ନିର୍ମାଣ ପାଇଁ ନେଇଥିବା ଠିକା ସଂସ୍ଥା ଦଶହରା ପରେ କାର୍ଯ୍ୟ ଆରମ୍ଭ ପାଇଁ ଗ୍ରାମବାସୀ ଙ୍କୁ ସୂଚନା ଦେଇଥିବା ବେଳେ ମିଳିଥିବା ନୂତନ ଜାଗାକୁ ଯିବା ପାଇଁ ବିସ୍ଥାପିତ ମାନେ ପ୍ରସ୍ତୁତ ହେଉ ଛନ୍ତି । ମାତ୍ର ନୂତନ ଜାଗାର ପଟ୍ଟା ମିଳି ନଥିବା ବେଳେ ଏହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ନୂତନ ଜାଗାର ପଟ୍ଟା ନଦେଇ ଦିଆଯାଇଥିବା ସ୍ଥାନ ହାତୀ କରିଡର କହି ସେହି ସ୍ଥାନ ରୁ ଉଠାଇ ଦେବାକୁ ମିଳୁଛି ପ୍ରଶାସନିକ ଧମକ । ଅନ୍ୟ ପାର୍ଶ୍ୱରେ ବିସ୍ଥାପିତ ଙ୍କୁ ନୂତନ ଜାଗାର ପଟ୍ଟା ମିଳିନଥିବାରୁ ସେମାନଙ୍କ ପିଲାଛୁଆ କୌଣସି ପ୍ରମାଣପତ୍ର ପାଇପାରୁ ନାହାଁନ୍ତି ଫଳରେ ବିସ୍ଥାପିତ ଙ୍କ ପିଲାମାନେ ଉଚ୍ଚ ଶିକ୍ଷାରୁ ବଂଚିତ ହେଉଛନ୍ତି । ଯାହାକୁ ନେଇ ବିସ୍ଥାପିତ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ବେଳେ ଆମେ କୁଆଡେଯିବୁ ବୋଲି ପ୍ରଶାସନ କୁ ପ୍ରଶ୍ନ କରିଛନ୍ତି । ଯଦି ନୂତନ ଜାଗାର ପଟ୍ଟା ଦିଆ ନ ଯାଏ ଆଗାମୀ ଦିନରେ ପିଲାଛୁଆ ଧରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।