Odisha news

ଯଦି ଦୃତ ଗତିରେ ବୃଦ୍ଧି ପାଉଛି ପେଟର ଚର୍ବି , ତେବେ ଆପଣାନ୍ତୁ ଏହି ୬ଟି ଟିପ୍ସ ଖୁବ୍ ଶୀଘ୍ର ହ୍ରାସ ହେବ ଓଜନ

0
ବର୍ତମାନ ପ୍ରାୟ ସମସ୍ତେ ନିଜ ନିଜର ପେଟ ର ଚର୍ବି ବୃଦ୍ଧି କୁ ନେଇ ଚିନ୍ତିତ । ଏହାଛଡା ଆଜିକାଲିର ଲାଇଫ ଷ୍ଟାଇଲ ମଧ୍ୟ ଆମ ଜୀବନ କୁ ଅନେକ ମାତ୍ରାରେ ପ୍ରଭାବିତ କରୁଛି । ବିଶେଷ ଭାବରେ ସମସ୍ତେ କର୍ମ ଜୀବି ହୋଇଥିବା କାରଣରୁ ଫାଷ୍ଟ ଫୁଡ୍, ପ୍ରୋସେଷଡ ଫୁଡ୍ , ସଫ୍ଟ ଡ୍ରିଙ୍କ, କୋଲ୍ଡ ଡ୍ରିଙ୍କ କୁ ନିଜ ଖାଦ୍ୟ ରେ ସାମିଲ କରୁଛନ୍ତି । ଏହି ସମସ୍ତ ଖାଦ୍ୟ ପଦାର୍ଥ ବ୍ୟକ୍ତି କୁ ଗମ୍ଭୀର ରୋଗ ଆଡ଼କୁ ଟାଣି ନେଇ ଯାଇଥାଏ । ଖାଇବାର ଏହି ସବୁ ଶୈଳୀ ପେଟରେ ଚର୍ବି ବୃଦ୍ଧି ର କାରଣ ହୋଇଥାଏ ।
ପେଟରେ ଚର୍ବି ବୃଦ୍ଧି ଅନେକ ଘାତକ ରୋଗର ମଧ୍ୟ କାରଣ ହୋଇଥାଏ । ପେଟ ରେ ଚର୍ବି ବୃଦ୍ଧି ହେବାର ଆଉ କିଛି କାରଣ ହେଉଛି ଗତି ହୀନ ଜୀବନ ଶୈଳୀ , ଖରାପ ଆହାର, ହର୍ମନ ସନ୍ତୁଳନ ଓ ଜେନେଟିକ ହୋଇଥାଏ । ତେଣୁ ନିତିଦିନ ନିଜ ଜୀବନ ରେ କିଛିଟା ନିୟମ ରଖିବା ଆବଶ୍ୟକ ।
* ପେଟ ର ଚର୍ବି ହ୍ରାସ କରିବା ପାଇଁ ଅପଣନ୍ତୁ ଏହି ନିୟମ -:
* ସୁସ୍ଥ ଆହାର –
ନିଜ ଦୈନନ୍ଦିନ ଜୀବନରେ ସୁସ୍ଥ ଆହାର କୁ ସାମିଲ କରନ୍ତୁ, ଯେପରିକି ବିଭିନ୍ନ ସବୁଜ ପନିପରିବା, ଫଳମୂଳ , ପ୍ରୋଟିନ ଯୁକ୍ତ ଆହାର ନିୟମିତ ସେବନ କରନ୍ତୁ ।
* ଠିକ୍ ମାତ୍ରାରେ ଶୋଇବା ଜରୁରୀ :-
ରାତିରେ ଅତି କମ୍ ରେ ୭-୮ ଘଣ୍ଟା ଶୋଇବା ଆବଶ୍ୟକ । ଏହାଠାରୁ କମ୍ ଶୋଇବା ଦ୍ବାରା ପେଟ ଚର୍ବି ବୃଦ୍ଧି ହୋଇଥାଏ ।
* ସଫ୍ଟ ଡ୍ରୀଙ୍କ ଓ ମଦ୍ୟ ପାନ ଠାରୁ ଦୂରେଇ ରୁହନ୍ତୁ :-
ଏହିସବୁ ପାନୀୟ ରେ ହାଇ କ୍ୟାଲୋରୀ ରହିଥାଏ । ଯାହାକି ଓଜନ ବୃଦ୍ଧି ର ଗୋଟିଏ କାରଣ ଅଟେ । ତେଣୁ ଏହିସବୁ ପାନୀୟ ଠାରୁ ଦୂରେଇ ରହିବା ଭଲ ନଚେତ୍ ସୀମିତ ମାତ୍ରାରେ କରିବା ଆବଶ୍ୟକ ।
* ନିୟମିତ ବ୍ୟାୟାମ କରନ୍ତୁ:-
ସପ୍ତାହ ରେ ନିହାତି ୫ଦିନ ୩୦ ମିନିଟ ପର୍ଯ୍ୟନ୍ତ ବ୍ୟାୟାମ କରିବା ଜରୁରୀ । ଯେପରିକି ୱାକିଂ, ଶୁଇମିଂ, ସାଇକେଲିଙ୍ଗ ଇତ୍ୟାଦି ସାମିଲ କରନ୍ତୁ ।
* ଉତେଜନା କମାନ୍ତୁ:-
ଉତେଜନା ମେଦ ବୃଦ୍ଧିର କାରଣ ହୋଇଥାଏ । ତେଣୁ ମାନସିକ ଉତେଜନା କୁ ହ୍ରାସ କରିବା ନିହାତି ଜରୁରୀ । ତେଣୁ ନିଜ ଡେଲୀ ରୁଟିନ ରେ ମେଡିଟେଶନ, ଯୋଗାସନ କୁ ସାମିଲ କରନ୍ତୁ ।
* ଏହିସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ -:
ବିଶେଷ ଭାବରେ ପ୍ରୋସେଷଡ୍ ଫୁଡ୍ , ଫାଷ୍ଟ ଫୁଡ୍ , ଚର୍ବି ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ନିହାତି ଜରୁରୀ ।
Leave A Reply