Odisha news

ବାସ୍ତୁ ବିତ ଙ୍କ ମତରେ ଘରର ଏହି ଦିଗରେ ରଖନ୍ତୁ ନାହିଁ ଦର୍ପଣ , ନଚେତ୍ ବୃଦ୍ଧି ହୋଇଥାଏ ମାନସିକ ଉତେଜନା

0
ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ର କୁ ଖୁବ୍ ଗୁରୁତ୍ଵ ଦିଆ ଯାଇଥାଏ । ମାନ୍ୟତା ରହିଛି ଯେ ଘରେ ଯଦି କିଛି ବାସ୍ତୁ ଦୋଷ ରହିଥାଏ ତେବେ ଜୀବନ ରେ ଅନେକ ବାଧା ବିଘ୍ନ ଦେଖା ଯାଇଥାଏ । ତେଣୁ ଏହି ବାଧା ବିଘ୍ନ ର କାରଣ ଅନେକ ସମୟରେ ଆମେ ଜାଣି ପାରି ନଥାଉ । ତେବେ ଆସନ୍ତୁ ଜାଣିବା ବାସ୍ତୁ ର କିଛି ଉପାୟ ଯାହା ଦ୍ଵାରା ମାନସିକ ଉତେଜନା ଦୂର ହୋଇଥାଏ ।
* କଦାପି ନିଜ ଘରେ କଦାପି ଭଗବାନ ଙ୍କ ର କ୍ରୋଧିତ ଫଟୋ ବା ମୂର୍ତ୍ତି ରଖନ୍ତୁ ନାହିଁ । ଏହାଦ୍ବାରା ମାନସିକ ଉତେଜନା ବୃଦ୍ଧି ହୋଇଥାଏ ଓ ଶାନ୍ତି ଭଙ୍ଗ ହୋଇଥାଏ ।
* ଘରର ମୂରବୀ ସର୍ବଦା ଦକ୍ଷିଣ ପଶ୍ଚିମ ଦିଗରେ ଥିବା କୋଠରୀ ରେ ବିଶ୍ରାମ କରିବା ଆବଶ୍ୟକ । ଏହି ସମୟରେ ଧ୍ୟାନ ରଖିବା ଉଚିତ୍ ଯେ ଶୋଇବା ସମୟରେ ତାଙ୍କ ପାଦ ପଶ୍ଚିମ ଦିଗ କୁ ଓ ମୁଣ୍ଡ ଉତ୍ତର ଦିଗରେ ରହିବା ଆବଶ୍ୟକ । ଏହାଦ୍ବାରା ଜୀବନ ରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।
* ଘରେ କଦାପି ଦର୍ପଣ କଦାପି ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖନ୍ତୁ ନାହିଁ , ଏହାଦ୍ବାରା ନକାରାତ୍ମକ ଭାବନା ବୃଦ୍ଧି ହୋଇଥାଏ । ଏହାଛଡା ମାନସିକ ଉତେଜନା ମଧ୍ୟ ବୃଦ୍ଧି ପାଇଥାଏ ।
* ଘରେ କଦାପି କୌଣସି ଗାଢ଼ ରଙ୍ଗ ଲଗାଇବା ଉଚିତ୍ ନୁହେଁ, ଏହାଦ୍ବାରା ମାନସିକ ଉତେଜନା ବଢ଼ି ଥାଏ । ତେଣୁ ସବୁବେଳେ ହାଲୁକା ଓ ସାମାନ୍ୟ ଫିକା ରଙ୍ଗ ଲଗାଇବା ଜରୁରୀ ।
* ଘରେ କଦାପି ଭଙ୍ଗା ଓ ଫଟା ବାସନ ରଖନ୍ତୁ ନାହିଁ । ଏହାଦ୍ବାରା ପରିବାର ସଦସ୍ୟ ଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ । ଓ ସମୃଦ୍ଧି ରେ ବାଧା ଆଣିଥାଏ ।

Leave A Reply