ପାରାଦୀପ – ବାଇକ୍ ଚୋରୀ ରାକେଟ କୁ ଧରିଲା ପାରାଦୀପ ଆଦର୍ଶ ଥାନା ପୋଲିସ | ଦିର୍ଘ ଦିନ ହେବ ପାରାଦୀପ ସହରରେ ଗାଡି ଚୋରି କରି ଆତଙ୍କ ସ୍ରୁଷ୍ଟି କରିଥିବା ୩ଜଣ ଚୋର କୁ ଗିରଫ କରିବାରେ ସହ ୧୪ ଟି ବାଇକ୍ ଉଦ୍ଧାର କଲା ପୋଲିସ। ସୁରେଶ ଦାସ ଓ ଦିଲ୍ଲୀପ ଜେନା ପାରାଦୀପ୍ ବନ୍ଦର ଅଞ୍ଚଳ କୁ ଆସି ସୁବିଧା ସୁଯୋଗ ଦେଖି ବାଇକ୍ ଗୁଡିକୁ ଚୋରି କରି ଏରସମା ଅଞ୍ଚଳ ରେ ବିକ୍ରି କରୁଥିବା ବେଳେ ଦିଲ୍ଲୀପ ପରିଡା ନାମକ ବ୍ୟକ୍ତି ଏମାନଙ୍କ ଠାରୁ ଗାଡି କିଣୁଥିବା ଅଭିଯୋଗ ରେ ମଧ୍ଯ ଗିରଫ ହୋଇଛନ୍ତି | 3 ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି | ଅଭିଯୁକ୍ତ ମାନେ ପାରାଦୀପ୍ ବନ୍ଦର ନଗରୀ ରୁ ବାଇକ୍ ଗୁଡିକୁ ଚୋରି କରି ଏରସମା ଅଞ୍ଚଳ ରେ ବିକ୍ରି କରୁଥିଲେ | ଏରସମା ଅଞ୍ଚଳ ର ଚୁଙ୍ଗୁଡ଼ି ଘେରି ଅଞ୍ଚଳ ରେ ଏହି ଚୋରି ବାଇକ୍ ଗୁଡିକୁ ବ୍ୟବହାର କରାଯାଉଥିଲା | ଗାଡ଼ି ର ଇଞ୍ଜିନ୍ ନମ୍ବର ଓ ଚେଚିଶ୍ ନମ୍ବର କୁ ଏମାନେ ଲିଭାଇ ବିକ୍ରି କରୁଥିବା ବେଳେ ଏଗୁଡିକ ଧରିବା ସମ୍ଭବପର ହୋଇନଥିଲା | ପାରାଦୀପ୍ ଆଦର୍ଶ ଥାନା ର ର ଅଧିକାରୀ ସବ୍ୟସାଚୀ ରାଉତ ଙ୍କ ନିର୍ଦ୍ଦେଶ ରେ ଏକ ଟିମ୍ ଗଠନ କରାଯାଇ ଏହି ଗାଡି ଓ ଚୋର ଙ୍କୁ ଧରାଯାଇଥିବା ପାରାଦୀପ୍ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ଚରଣ ସେଠି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି |