ଆମେ ସମସ୍ତେ ଜାଣିଛୁ ହାଡ କୁ ଶକ୍ତ କରିବା ପାଇଁ ଭିଟାମିନ ଡି ଖୁବ୍ ଆବଶ୍ୟକ । ଯାହା ଆମକୁ ସୂର୍ଯ୍ୟ କିରଣ ରୁ ମିଳିଥାଏ । ଭିଟାମିନ ଡି କୁ ସାଧାରଣ ଭାବରେ ସନ୍ ସାଇନ୍ ଭିଟାମିନ କୁହାଯାଇ ଥାଏ । କିନ୍ତୁ ଏହା ହୁଏତ କେହି ଜାଣି ନଥିବେ ଯେ ଏହାକୁ ସେକ୍ସ ଭିଟାମିନ ମଧ୍ୟ କୁହାଯାଇଥାଏ । ଅନେକ ଶାରିରୀକ ଓ ମାନସିକ ଫ୍ୟାକ୍ଟର୍ସ କାରଣରୁ ଲୋକେ ସେକ୍ସ୍ ଡ୍ରାଇଭ୍ କୁ ଖୁବ୍ କମ୍ ଅନୁଭବ କରି ଥାଆନ୍ତି । କିନ୍ତୁ ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ଭିଟାମିନ ଡି କମି କାରଣରୁ ମଧ୍ୟ ସେକ୍ସ୍ ଲାଇଫ୍ ବାଧାପ୍ରାପ୍ତ ହୋଇଥାଏ ।
କିଛି ଅଧ୍ୟୟନ ରେ ମିଳିଛି ଯେ ଭିଟାମିନ ଡି ର କମି କାରଣରୁ ଲୋକ ଙ୍କ ସେକ୍ସ୍ ଡ୍ରାଇଭ୍ ରେ ପରିବର୍ତ୍ତନ ଆସିଥାଏ । ବିଶେଷଜ୍ଞ ଙ୍କ ମତ ଅନୁସାରେ ସର୍ଯ୍ୟ ଙ୍କ କିରଣ ଟେଷ୍ଟୋଷ୍ଟେରୋନ
ଉତ୍ପାଦନ ରେ ମହତ୍ତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଭଳି ଭାବରେ ଶରୀର ରେ ଭିଟାମିନ ଡି କମିବା ଦ୍ଵାରା ପୁରୁଷ ମାନଙ୍କ ର ସେକ୍ସ୍ ଲାଇଫ ପ୍ରଭାବିତ ହୋଇଥାଏ । ଏହାଛଡା ମହିଳା ମାନଙ୍କ ମଧ୍ୟରେ କମ୍ ଏଷ୍ଟ୍ରୋ ଜନ୍ ର ସ୍ତର ର କାରଣ ମଧ୍ୟ ଅଟେ । ଏହା ମଧ୍ୟ ସେକ୍ସ୍ ଡ୍ରାଇଭ୍ କୁ ପ୍ରଭାବିତ କରିଥାଏ ।
* ମହିଳା ଙ୍କ ଯୌନ ଜୀବନ କୁ ପ୍ରଭାବିତ କରିଥାଏ:-
ଭିଟାମିନ ଡି ର କମି କିମ୍ବା ଅନ୍ୟ କାରକ କାରଣ ଏଷ୍ଟ୍ରୋଜନ୍ ଶରୀର ରେ କମି ହେବା ଦ୍ଵାରା ସେକ୍ସ ଡ୍ରାଇଭ୍ ପ୍ରଭାବିତ ହୋଇଥାଏ। ଏହାଛଡା ଏଷ୍ଟ୍ରୋଜନ୍ ମହିଳା ମାନଙ୍କ ର ପ୍ରାଇଭେଟ୍ ପାର୍ଟ ର ମାଂସ ପେଶୀ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଓ ଡିଶ୍ଚାର୍ଜ୍ କୁ ଉତ୍ପନ୍ନ କରିଥାଏ । ଭିଟାମିନ ଡି କମିବା ଦ୍ଵାରା ଡିଶ୍ଚାର୍ଜ କମି ଯାଇଥାଏ ଓ ପ୍ରାଇଭେଟ୍ ପାର୍ଟ୍ ଖୁବ୍ ଶୀଘ୍ର ଶୁଖି ଯାଇଥାଏ ।
* ପୁରୁଷ ମାନଙ୍କ ର ଯୌନ ଜୀବନ କୁ ପ୍ରଭାବିତ କରିଥାଏ ଭିଟାମିନ ଡି:-
ଯଦି ଶରୀର ରେ ଭିଟାମିନ ଡି କମିଯାଏ କିମ୍ବା
ଅନ୍ୟ କୌଣସି କାରଣରୁ ଟେଷ୍ଟୋଷ୍ଟେରନ୍ ସ୍ତର କମିବା ଦ୍ଵାରା ଶକ୍ତି ହ୍ରାସ ହୋଇଥାଏ । ଏହାଦ୍ବାରା ଆପଣଙ୍କ ମାଂସପେଶୀ ଦୁର୍ବଳ ହେବା ସହିତ ପୁରୁଷ ମାନଙ୍କ ର ବଡ ହୋଇ ଯାଇଥାଏ । ଗୋଟିଏ ଅଧ୍ୟୟନ ରେ ୧୧୪ ଜଣ ପୁରୁଷ ଙ୍କୁ ନିଆ ଯାଇଥିଲା , ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ଯେଉଁ ମାନଙ୍କ ନିକଟରେ ଭିଟାମିନ ଡି ଓ ଟେଷ୍ଟୋଷ୍ଟରୋନ ସ୍ତର ଉନ୍ନତ ଥିଲା ସେମାନଙ୍କ ଯୌନ ଶକ୍ତି ଉନ୍ନତ ଥିଲା ।