Odisha news

ଶୋଇବା ପୂର୍ବରୁ ଶୁଣନ୍ତୁ ସଙ୍ଗୀତ

0

ଶୋଇବା ପୂର୍ବରୁ ସଙ୍ଗୀତ ଶୁଣିବା ଆମ ଶରୀର ପାଇଁ ଲାଭ ଦାୟକ ହୋଇଥାଏ,ଭାରତୀୟ ଗବେଷକମାନଙ୍କ ଦ୍ୱରା କରାଯାଇଥିବା ଗବେଷଣାରୁ ଏହା ଜଣାପଡିଛି । ଏନେଇ ରାଜସ୍ଥାନର ଜୟପୁର ସ୍ଥିତ ଏସ୍‌ଏମ୍‌ଏସ୍‌ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ମୁ୍ୟଜିକ ଥେରାପିର ବ୍ୟବସ୍ଥା କରାଯାଇଛି । ଶୋଇବା ପୂର୍ବରୁ ଯଦି ଆମେମାନେ ଯୋଗ ସଙ୍ଗୀତ ଶୁଣିବା ତେବେ ଏହା ଆମ ହୃତପିଣ୍ଡ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଗବେଷଣା ପାଇଁ ଗବେଷକମାନେ ୨୬ ବର୍ଷ ବୟସର ୧୪୯ ଜଣଙ୍କୁ ସାମିଲ କରିଥିଲେ ।

ଯେଉଁଥିରେ ୩ଟି ପର୍ଯ୍ୟାୟରେ ଗବେଷଣା କରାଯାଇଥିଲା, କିଛି ଲୋକ ଙ୍କୁ ଯୋଗ ସଙ୍ଗୀତ , କିଛିଙ୍କୁ ପପ୍‌ ସଙ୍ଗୀତ, କିଛିଙ୍କୁ ବିନା ସଙ୍ଗୀତରେ ଶୋଇବାକୁ କୁହାଯାଇଥିଲା । କିଛି ସମୟ ପରେ ସେମାନଙ୍କ ହୃଦୟର ବେଗ ପରୀକ୍ଷା କରିବାପରେ ଜଣାଗଲା ଯେ ଯେଉଁମାନେ ଯୋଗ ସଙ୍ଗୀତ ଶୁଣି ଶୋଇଥିଲେ ସେମାନଙ୍କର ହୃଦୟର ସ୍ପନ୍ଦନ ସ୍ୱଭାବିକ ରହୁଥିବାବେଳେ ଅନ୍ୟମାନଙ୍କର ବ୍ୟତିକ୍ରମ ଦେଖାଯାଉଥିଲା ।

Leave A Reply

Your email address will not be published.