Odisha news

୩୨ ରକମର ଆଇସ୍କ୍ରିମ୍‌

0

ଆଇସ୍କ୍ରିମ୍‌ ତ ସଭିଏଁ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସବୁ ଅଇସ୍କ୍ରିମ୍‌ର ସ୍ୱାଦ ପ୍ରାୟ ସମାନ ଥାଏ ଓ ଆମେ ସମସ୍ତେ ତରତର ହୋଇ ଆମ ଆଇସ୍କ୍ରିମକୁ କେମିତି ଖାଇବୁ ସେଥିରେ ବ୍ୟସ୍ତ ହୋଇଯାଉ, ଯାହା ଫଳରେ ଆମେ ତାର ପ୍ରକୃତ ସ୍ୱାଦର ମଜା ନେଇପାରୁନା । କିନ୍ତୁ ତୁର୍କୀରେ ଏମିତି ପ୍ରକାର ଆଇସ୍କ୍ରିମ୍‌ ଉପଲବ୍ଧ ଯାହା ସହଜରେ ତରଳେ ନାହିଁ, ଯାହାର ମଜା ଆପଣ ଖାଇଲେ ହିଁ ଜାଣିପାରିବେ । ତୁର୍କୀର କହନମାନମରସ ସହରରେ ଏହି ସ୍ୱତନ୍ତ୍ର ଆଇସ୍କ୍ରିମର ଜନ୍ମ, ଯାହା ଏବେ ତୁର୍କୀର ଅନ୍ୟ ସ୍ଥାନ ମାନଙ୍କରେ ମିଳୁଛି ।

ଏହି ଆଇସ୍କ୍ରିମର ମିଠାପଣରେ ଲୁଚି ରହିଛି କିଛି ରହସ୍ୟ, ଯାହା ଏହାର ସ୍ୱାଦକୁ ବହୁଗୁଣୀତ କରିଥାଏ । ଦୋକାନୀ ମଧ୍ୟ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଆଇସ୍କ୍ରିମ ଦେଲାବେଳେ ଅନେକ ମଜାଳିଆ ଢଙ୍ଗିରେ ଆଇସ୍କ୍ରିମ ଦେଇଥାଏ, ଯେମିତି ଆଇସ୍କ୍ରମକୁ ଗ୍ରାହକ ଆଣବାପାଇଁ ହାତ ବଢାଇଥାଏ ଠିକ୍‌ ସେତିକିବେଳେ ସେହି ଆଇସ୍କ୍ରିମଟି ଫେରାଇନିଏ ଦୋକାନୀ, ଠିକ୍‌ ସେହି ପରି ମୁହଁ ପାଖକୁ ଆଇସ୍କ୍ରିମ ଦେଇ ପୁଣି ଫେରାଇନେବା, ଯାହାକୁ ଦେଖି ଗ୍ରାହକ ମାନଙ୍କର ମନୋରଞ୍ଜନ ମଧ୍ୟ ହୋଇଥାଏ । ତୁର୍କୀର ଏହି ସ୍ୱତନ୍ତ୍ର ପ୍ରକାର ଆଇସ୍କ୍ରିମ ୩୨ ରକମରେ ମିଳିଥାଏ । ଯାଦି ଆପଣଙ୍କର ତୁର୍କୀ ବୁଲିବାର ଯୋଜନା ଥାଏ ତେବେ ଆପଣ ନିହାତି ଏଠାକାର ଆଇସ୍କ୍ରିମର ମଜା ଉଠାଇବାକୁ ଭୁଲିବେ ନାହିଁ ।

Leave A Reply