Odisha news

ଅନ୍‌ଲାଇନ୍‌ ଠକେଇ ପ୍ରତି ସତର୍କ

0

ଇମେଲ୍‌ ଦ୍ୱାରା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ କଳାକନା ବୁଲାଇବା ସାଧାରଣ ଚୋରି ହୋଇଗଲାଣି । ଇ-ମେଲ୍‌ରେ ମଧ୍ୟ କିଛି ବିଶେଷ ଲିଙ୍କ ରହିଛି ଯାହା ଉପରେ କ୍ଲିକ୍‌ କରିବା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ଠକେଇର ଶିକାର ହେବାର ସମ୍ଭାବନା ରହିଛି । ସେହିକରି କିଛି ଲିଙ୍କର ଦୁରାତ୍ମ୍ୟକୁ ଏଡେଇବାକୁ ଯାଇ ସିକୁ୍ୟରିଟି ରିସର୍ଚ୍ଚ ସିଷ୍ଟମ ଏକ ନୋ ବିଫର ନାମକ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ଏଭଳି କିଛି ଲିଙ୍କର ତାଲିକା ପ୍ରସ୍ତୁତ କରାଯାଇଛି ।
ପାସ୍‌ୱାର୍ଡ- ବେଳେ ବେଳେ ଇ-ମେଲ୍‌ରେ ପାସ୍‌ୱାର୍ଡ ଅପ୍‌ସନ୍‌ ଆସେ । ଯେଉଁଥିରେ ଲେଖାଥାଏ ପାର୍ସୱାର୍ଡ ନବଦଳେଇଲେ କ୍ଷତି ସହିବାକୁ ପଡିବ । ଏହା ଉପରେ କ୍ଲିକ୍‌ କରିବା ଦ୍ୱାରା ଠକାମୀର ଶିକାର ହୋଇପରନ୍ତି ।
ପାସ୍‌ୱାର୍ଡ ବଦଳ- ଏହି ଅପ୍‌ସନ୍‌ ମଧ୍ୟ ଆସେ ପାସ୍‌ୱାର୍ଡ ବଦଳାଇବାର ସତର୍କ ସୂଚନା ସହ ସେହି ଲିଙ୍କରେ ଭୁଲ୍‌ରେ ମଧ୍ୟ କ୍ଲିକ୍‌ କରନ୍ତୁ ନାହିଁ ।
ସବୁ ସରକାରୀ ବେସରକାରୀ ସ୍ତରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ପାଇଁ ଇ-ମେଲ୍‌ରେ ବହୁତ ଗୁଡିଏ ପଲିସି ଦିଆଯାଇଥାଏ ଭୁଲ୍‌ରେ ବି ତାହା ନିର୍ଦ୍ଦେଶକୁ ଅନୁସରଣ କରନ୍ତୁ ନାହିଁ । ସେହିଭଳି କିଛି ଲିଙ୍କରୁ ଦୂରେଇ ରୁହନ୍ତୁ ।

Leave A Reply