Odisha news

ଅନୁଷ୍କାଙ୍କୁ ଲାଗେ ୨୨ ମିନିଟ୍‌

0

ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଅଭିନେତା ବରୁନ୍‌ ଧୱନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ସୁଇଧାଗା’ ବିଗତ କିଛିଦିନ ହେବ ଅନେକ କାରଣ ପାଇଁ ଆଲୋଚନାର ବିଷୟବସ୍ତୁ ସାଜିଛି । ଫିଲ୍ମରେ ଉଭୟ କଳାକାରଙ୍କ ଲୁକ୍‌କୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି । ଏହି ଫିଲ୍ମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ୍‌ ପ୍ରୋଜେକଫ ‘ମେକ୍‌ ଇନ୍‌ ଇଣ୍ଡିଆ’ ଦ୍ୱାରା ପ୍ରେରିତ ।

ବର୍ତ୍ତମାନ ଫିଲ୍ମରେ ଅନୁଷ୍କାଙ୍କ ଚରିତ୍ରକୁ ନେଇ ଏକ ବଡ ଖୁଲାସ ହୋଇଛି । ଏହି ଭୂମିକା ପାଇଁ ପ୍ରସ୍ତୁତ ହେବା ପାଇଁ ତାଙ୍କୁ କେବଳ ୨୨ ମିଟିନ୍‌ର ସମୟ ଲାଗେ । ଏହାବ୍ୟତୀତ ସେ କୌଣସି ମେକ୍‌ଅପ୍‌ ବ୍ୟବହାର କରନ୍ତି ନାହିଁ । ଅଭିନେତ୍ରୀ ଅନୁଷ୍କାଙ୍କ କହିବା ମୁତାବକ, ଏହି ଚରିତ୍ରକୁ ବାସ୍ତବିକତାର ରୂପ ଦେବା ପାଇଁ ସେ ଗ୍ରାମୀଣ ମହିଳାଙ୍କ ଉପରେ ଅନେକ ଅଧ୍ୟୟନ କରିଛନ୍ତି । ଏହା ମଧ୍ୟ କହିଛନ୍ତି, ତାଙ୍କର ଏହି ଗ୍ରାମୀଣ ଲୁକ୍‌ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି ।

Leave A Reply