ଷ୍ଟଫ ବେବୀ ବ୍ରିନ୍ଜାଲ
ସାମଗ୍ରୀ- ୭୫୦ ଗ୍ରାମ ଛୋଟ ବାଇଗଣ, ୨୦୦ ରିଫାଇନ ତେଲ, ୨ ଚାମଚ କାଜୁ, ୪ ଚାମଚ କୋରା ନଡିଆ, ୪ଟି ଶୁଖିଲା ଲଙ୍କା, ୧ ଚାମଚ ବାଦାମ, ୧ ଚାମଚ ଭୃସଙ୍ଗ ପତ୍ର, ୨ଟି କଟା ପିଆଜ, ୧ ଚାମଚ ଅଦା ରସୁଣ ବଟା, ୨ଟି କଟା ଟମାଟ, ୧ ଚାମଚ ହଳଦୀ ଗୁଣ୍ଡ, ୨ ଚାମଚ ଲଙ୍କା ଗୁଣ୍ଡ, ୧ଚାମଚ ଗରମ ମସଲା, ସ୍ୱାଦ ଅନୁଯାଯୀ ଲୁଣ ।
ପ୍ରଣାଳୀ- ବେବୀ ବ୍ରିନ୍ଜାଲ ଗୁଡିକୁ ଭଲଭାବେ ଧୋଇ ତାକୁ ପଛପଟୁ କାଟି ତା ଭିତର ଅଂଶ ଚାମଚ ସାହାର୍ଯ୍ୟରେ କାଢି ଦିଅନ୍ତୁ ଏହା ପରେ ବ୍ରିନ୍ଜାଲ ଗୁଡିକୁ ଗରମ ତେଲରେ ଛାଣି ରଖନ୍ତୁ । କାଜୁ, ନଡିଆ କୋରା, ଶୁଖିଲାଲଙ୍କାକୁ ବାଟି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ, ବାଦାମ ଗୁଡିକୁ ସାମାନ୍ୟଭାବେ ଭାଙ୍ଗି ଅଲଗା ରଖଦିଅନ୍ତୁ । ପ୍ୟାନକୁ ଚୁଲାରେ ବସାଇ ସେଥିରେ କିଛି ତେଲ ଦେଇ ଭୃସଙ୍ଗପତ, କଟା ପିଆଜ ଓ କଟା ଟମାଟ ଦେଇ ପିଆଜ ଲାଲ୍ ରଙ୍ଗ ହେବା ପଯ୍ୟନ୍ତ ଭାଜିବେ ତାପରେ ସେଥିରେ ପୂର୍ବ ପ୍ରସ୍ତତ କାଜୁ ବଟା ଓ ଅଦା-ରସୁଣ ବଟା ପକାଇ ଆଉ ଦୁଇମିନିଟ ଭାଜନ୍ତୁ, ମସଲା ସିଝିଗଲାପରେ ସେଥିରେ ଗୁଣ୍ଡମସଲା ଓ ଲୁଣ ମିଶାଇ ଭାଜନ୍ତୁ ତାପରେ ଏଗୁଡିକୁ ଭଲଭାବେ ମିଶିଗଲେ ମିଶ୍ରଣକୁ ଅନ୍ୟ ଏକ ପାତ୍ରକୁ କାଢି ଦିଅନ୍ତୁ । ପୂର୍ବରୁ ଛଣା ଯାଇଥିବା ବାଇଗଣକୁ ଆଣି ପ୍ରସ୍ତୁତ ମିଶ୍ରଣକୁ ବ୍ରିନଜାଲ ଭିତରେ ଚାମଚ ସାହାଯ୍ୟରେ ଭର୍ତ୍ତି କରନ୍ତୁ ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଷ୍ଟଫï ବେବୀ ବ୍ରିନ୍ଜାଲ ।