Odisha news

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

0

ନୀଳଗିରି : ନୀଳଗିରି ଥାନା କେପି ଲଖରାଜ ପଞ୍ଚାୟତ ଅଧିନ କାଠଗୋଛି ଗ୍ରାମର ଜଟା ସିଂ ସକାଳ ସମୟରେ ବିଲକୁ ଚାଷ କାମ କରିବାକୁ ଯାଉଥିବା ବେଳେ  ଭାଲୁ ଆକ୍ରମଣର ଶିକାର ହୋଇଥିଲେ  ।

ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ନୀଳଗିରି ଡାକ୍ତରଖାନା ଓ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେଇଥିଲେ  ।  ଭାଲୁ ଆକ୍ରମଣରେ ଜଟା ସିଂ ଙ୍କୁ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି  । ତୁରନ୍ତ ବନବିଭାଗ ପକ୍ଷରୁ ଜଟା ସିଂକୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ସାଧାରଣରେ ଦାବି ହେଉଛି

Leave A Reply