ସୋର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରରେ ପ୍ରବାସରୁ ଫେରି ରହିଥିବା ପ୍ରବାସୀଙ୍କର ସ୍ୱାବ ପରୀକ୍ଷା ପରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ସୋର : ସୋର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରରେ ପ୍ରବାସରୁ ଫେରି ରହିଥିବା ପ୍ରବାସୀଙ୍କର ସ୍ୱାବ ପରୀକ୍ଷା ପରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ଜଣାପଡିଛି ।
ସୋର ମ୍ୟୁନିସିପାଲିଟିରେ ମାତ୍ର ଦୁଇ ଜଣ ଯୁବ ପ୍ରବାସୀ କରୋନା ଆକ୍ରାନ୍ତ ଥିବା ବେଳେ ପରେ ୪ ଜଣଙ୍କର ପୋଜିଟିଭ୍ ରିପୋର୍ଟ ଆସିବା ପରେ ଏବେ ଗ୍ରାମାଞ୍ଚଳ ପ୍ରବାସୀ ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୪୦ ଟପିଛି ।
ଆକ୍ରାନ୍ତଙ୍କୁ ବାଲେଶ୍ୱର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ବିଶେଷ କରି ମହାରାଷ୍ଟ୍ର, କୋଲକତା ଓ ସୁରଟରୁ ଆସୁଥିବା ପ୍ରବାସୀଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି ।